ଭିଟାମାଟିର ମୋହ
ଭିଟାମାଟିର ମୋହ
ମୁଁ ଦାଦନ ଶ୍ରମିକ
ପେଟରେ ନାହିଁ ଦାନା
ଚାରି ଦିନ ହେଲା
ଚାଲି ବାକୁ ଅଛି ମୋତେ
ଦୂର ବହୁ ଦୂର
ମାତ୍ର ପାଞ୍ଚ ଶହ କି.ମି ଚାଲିଲେ
ପଡିବ ମୋ ଗାଁ
ତୁମେ କି ବୁଝିବୁ ମୋ ଦୁଃଖଲୋ କରୋନା।
ସାଇକେଲ ଚକା ମୋର ଯାଇଛି ଫାଟି
ତୋ ପାଇଁ ହଜିଯାଇଛି
ଆଜି ମାନବିକତାର ମୂଲ୍ୟ
ସାହାଯ୍ୟ ସହାନୁଭୂତି ତ ଦୂରର କଥା
ମୁହଁ ଫେରାଇନିଅନ୍ତି
ଦୂର୍ ଦୂର୍ କହି
ମୁଁ ଦୂରରୁ ଆସିଛି
ହାତ ପାଦ ମୋର ଚଳୁନାହିଁ ଆଉ
ଟିକେ ଦୟାକରି ହେ ମଣିଷ ଭାଇ ।
ବାପାଙ୍କୁ ମୁଁ ଦେଖିନାହିଁ ପିଲାଟି ଦିନରୁ
ଘରେ ମୋର ଚାହିଁକି ରହିଛି
ମୋ ବୁଢୀ ମା
ଚାତକିନୀ ମୋ ସ୍ତ୍ରୀ ଆଉ ପିଲା ଛୁଆ
ଟାଣ ଖରା, ତତଲା ବାଲି,ଲମ୍ବା ରାସ୍ତା
ଭୋକର ଜ୍ବାଳା ସବୁ ମୁଁ ସହିବି
କରୋନା ତୁ ପାଖକୁ ଆସେନା ।
