STORYMIRROR

Manaswini Dash

Tragedy

3  

Manaswini Dash

Tragedy

ଭିଟାମାଟି

ଭିଟାମାଟି

1 min
240

ମନରେ ବିହ୍ଵଳିତ ହେଉଥିଲା ଆଧୁନିକତାର ସ୍ୱପ୍ନ 

ନଭଶ୍ଚୁମ୍ବୀ ଅଟ୍ଟାଳିକା ଉପରେ ଦେଖିବାକୁ ସୁନ୍ଦରୀ ଜହ୍ନ 

ଅନେକ ବସନ୍ତର ସୁନେଲି ପରଶ ଦେଇଥିଲା କେତେ କଳ୍ପନା 

ପ୍ରତି ମୁହୂର୍ତ୍ତରେ କଅଁଳୁଥିଲା କେତେ ଭାବନା ଆନମନା 

ସବୁକିଛି ଔପଚାରିକତା ଭିତରେ ଜୀବନ ଯେମିତି ଲାଗୁଥିଲା ଏକ ଅଭିନବ ଉପହାର 

ସମସ୍ତ ପ୍ରାଚୁର୍ଯ୍ୟ ଅନ୍ତରେ ହୃଦୟ ଖୋଜୁଥିଲା ସ୍ନେହପୂର୍ଣ୍ଣ ଶବ୍ଦ କାହାର 

ସବୁତ ଥିଲା ପୁଣି ସବୁଆଡେ ମୂଲ୍ୟବାନ ଦରବର ଅଭିସାର 

ମାତ୍ର ସବୁଆଡେ ଥିଲା ଅର୍ଥ ରୋଜଗାରର ମାଦକତା ପୁଣି ଉପସ୍ଥିତି ନିର୍ଜନତାର 

ଆଜି ମୋ ବୟସର ଅପରାହ୍ନରେ ଖୋଜେ ମୋ ଭିଟାମାଟିର ବାସ୍ନା 

ଯେଉଁଠି ଅଛି ସବୁଜ ବନାନୀ ଆଉ ଆକାଶରେ ନିରୋଳା ଜ୍ୟୋସ୍ନା 

ଆଜି ଜୀବନ ଲାଗେ ଅଲୋଡ଼ା ଏ ଆଧୁନିକତା ଆଉ ପ୍ରାଚୁର୍ଯ୍ୟର ଅନ୍ତରାଳେ 

ଶେଷ ନିଃଶ୍ୱାସ ମୋ ଚାଲିଯାଉ ସେଇ ଭିଟାମାଟିର କୋଳେ || 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy