ଭିଟାମାଟି
ଭିଟାମାଟି
ନିର୍ଦ୍ଦିଷ୍ଟ ପରିସୀମା ଥାଇ ବି
ଆଜି ମୁଁ ଅଲୋଡ଼ା
ମୁଠାଏ ଦାଣ୍ଡ ଧୂଳି ପରି
ବର୍ଷରେ ପରିତ୍ୟକ୍ତ ପଡିଆର
ମେଞ୍ଚାଏ କାଦୁଅ ଭଳି ।
ମୋ ଛାତିରେ, ପାଦ ଥାପି ଚାଲି ଶିଖିଥିବା
ଖେଳି ବୁଲି ଛୋଟରୁ ବଡ ହୋଇଥିବା ପିଲାଟେ
ଆଜି ସହରର ବଡବାବୁ
ଉଚ୍ଚ ଅଟ୍ଟାଳିକା ରେ
ଆଧୁନିକ ଚାକଚକ୍ୟରେ ମସଗୁଲ ।
ଆଉ ତାହାରି ଇଶାରାରେ
ମୋର ମାନ ନିର୍ଦ୍ଧାରଣ କରିବାକୁ
ଆସିଥାନ୍ତି କେତେକ ଦଲାଲ୍ ।
ମୁଁ ଭିଟାମାଟି ମଣିଷର ଦ୍ଵିତୀୟ ମାଆ
କେଇଟା ପଇସା ପାଇଁ
ମାଆକୁ କଣ ବିକ୍ରୀ କରିହୁଏ
ବାଃ ବାଃ ରେ ଦୁନିଆ ।
ହୄଦୟରେ କୋହ ଭରେ
କ୍ଷୋଭରେ ରକ୍ତ ଝରେ
ଅସହ୍ୟ ଏ ଯାତନା
ଅବିଶ୍ୱାସ ପ୍ରତାରଣା
ଭାବେ ଖୁବ୍ ଭାବେ
ହୋଇ ଥାଆନ୍ତି କି ସେହି ପୁଅର ମାଆ
ଯିଏ ସହି ପାରିଥାଆନ୍ତା
ମୋ ପାଇଁ ଭୋକର
ଅସହ୍ୟ ଯନ୍ତ୍ରଣା ।