STORYMIRROR

PUSPALATA SAHOO

Tragedy

3  

PUSPALATA SAHOO

Tragedy

ଭିଟାମାଟି

ଭିଟାମାଟି

1 min
195

ଏଇ ମାଟିରେ ଜନମ ମୋର 

ଏ ମାଟି ମୋ ପାଇଁ ସରଗ ପୁର 

ବାପ ଅଜା ମୋର ଥିଲେ ଏଇଠି 

ମୋର ଜନ୍ମଭୂମି ମୋ ଭିଟାମାଟି ।।


ତା କୋଳେ ଜନମି ହୋଇଛି ବଡ 

ତା ପାଣି ପବନ ଲତା ଉହାଡ଼ 

ସରଗ ସମାନ ସ୍ନେହ ଆଦର 

ପାଇଛି ତା ଠାରୁ ସେ ମୋ ନିଜର ।।


ମାଆ ପରି ପାଳି କରିଛି ଋଣୀ 

ଭୁଲି ପାରିବିନି ତାର କାହାଣୀ 

ରହିଛି ଆଜି ମୁଁ ବହୁତ ଦୂରେ 

ତା ରୂପ ରଙ୍ଗ ମନରେ ଝୁରେ ।।


ଭିଟାମାଟି ଛାଡି ପ୍ରବାସୀ ହୋଇ 

ଝୁରି ମରେ ଆଜି ତାହାରି ପାଇଁ 

କେଡେ ସୁନ୍ଦର ମୋ ଜନମ ମାଟି 

କେହି ହେବ ନାହିଁ ତାର ସରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy