STORYMIRROR

Samita Swain

Fantasy

3  

Samita Swain

Fantasy

ଭିଜାମାଟିର ବାସ୍ନା

ଭିଜାମାଟିର ବାସ୍ନା

1 min
426

ଭିଜାମାଟି

ଆଦ୍ଯ ଆଷାଢ ର ଭିଜାମାଟି ବାସ୍ନା 

ଯେବେ ମହମହ ବାସେ 

ପ୍ରକୃତି ମାଆ ମୋ ଶୀତଳ ସ୍ପର୍ଶରେ 

ମୁରୁକି ମୁରୁକି ହସେ।


ସେଇମାଟି ବାସ୍ନା ମନେଭରେ ତୃଷ୍ଣା 

ଓଦା ଓଦା ସ୍ମୃତି ହୋଇ 

ମନ ଆକାଶରେ ଇନ୍ଦ୍ରଧନୁ ସାଜି 

ଆସେ ବର୍ଣ୍ଣବିଭା ନେଇ।


ସେଇ ବର୍ଣ୍ଣବିଭା ପ୍ରକୃତିର ଶୋଭା 

ଶ୍ରାବଣୀ ଆଖିର ଲୁହ

ଝରିଯାଏ ଯେବେ କ୍ଷଣିକ ପରଶେ

ଧରଣୀର ଭିଜେ ଦେହ।


ଧରଣୀ ଦେହରେ ସବୁଜିମା ହସେ 

ଶ୍ଯାମଳ ପାଟକୁ ପିନ୍ଧି 

ଛନ୍ଦ ତୋଳୁଥାଏ ଆନନ୍ଦ ମନରେ 

ପାଦରେ ନୁପୂର ବାନ୍ଧି।


ନୁପୂର ନିକ୍ବଣ ରହିରହି ଶୁଭେ

ଭିଜା ମାଟି ମହକରେ

ଓଦା ସରସର ଘାସର ଗାଲିଚା 

ଜୀବଜନ୍ତୁ ଦୁଃଖ ହରେ।


ଦୁଃଖ ହାରୀ ସେତ ମାଆ ବସୁନ୍ଧରା

ତା ମମତା ପଣତରେ

ଭିଜି ଭିଜାଏ ସେ ସଚରାଚରକୁ

ରୌଦ୍ର ତାପ ଅପସରେ।


ଅପସରି ଯାଏ ତପତଙ୍କ ତାପ

ଜାତିଜାତି ଫୁଲ ଫୁଟେ

ନବ ଉନ୍ମାଦନା ପ୍ରାଣେ ସଞ୍ଚରଇ 

ସୁରଭିତ ବାସ୍ନା ଛୁଟେ।


ସୁରଭିତ ବାସ୍ନା କରେ ଆତ୍ମହରା

ଆକାଂକ୍ଷିତ ପ୍ରଣୟରେ

ଅଙ୍କୁରୀ ଉଠଇ ତରୁ ତୃଣ ଲତା

ଭିଜାଭିଜା ମାଟିପରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy