STORYMIRROR

Prasanta kumar Hota

Tragedy

2  

Prasanta kumar Hota

Tragedy

ଭୀତି ନେଇଗଲା ପ୍ରୀତି

ଭୀତି ନେଇଗଲା ପ୍ରୀତି

1 min
1.0K


ଭଲ ଲାଗୁଥିଲା ସେ ଦିନେ

ଦେଖୁଥିଲି ଯେବେ ତାରା

ନୟନ ମୋହର ଖୋଜି ବୁଲୁଥିଲା

ଦେଉଥିଲ ତୁମେ ଧରା


କେତେ ଭଲ ଥିଲା ସେ ସନ୍ଧ୍ୟା

ପାଉଥିଲି ତୁମ ସ୍ପର୍ଶ

ଆଜି ବି ହୃଦୟ ଖୋଜି ବୁଲୁଅଛି

ସମୟର ଚୋଉପାର୍ଶ୍ଵ


ନା ଅଛି ମୁଁ ନା ଅଛ ତୁମେ

ଅଛି ମୁକ ସାକ୍ଷୀ ହୁଡା

ମନେ ପଡେ ତୁମ ପ୍ରୀତି ସଙ୍ଗ ସୁଖ

ହୁଡା ତଳ କୃଷ୍ଣଚୂଡ଼ା।


ସଞ୍ଜ ସରିଗଲେ କଥାରେ

ଦକ ଦକ ହୁଏ ଛାତି

ପ୍ରଥମ ଦେଖାର ସେହି ଅନୁଭୂତି

ରଖିଛି ପାଖେ ସାଇତି।


ପାଇଥିଲ ଯେବେ ମୋ ଚିଠି

ଆସିଥିଲ ଡରି ଡରି

କହିଲ ଆବେଗେ ପ୍ରୀତି ବଇରାଗେ

ପ୍ରାଣ ଗଲା ମୋର ଥରି


ଆଉ ଲେଖିଲିନି ମୁଁ ଚିଠି

କେତେ ଗଲା ଅପେକ୍ଷାରେ

ମୋ ଚିଠି ମୋ ପାଇଁ ହେଲା ଏକ ଭେଟି

ରହିଗଲି ଉପେକ୍ଷାରେ


ଆଜି ବି ଖୋଜୁଛି ସେ ଚିଠି

ପାଇବାକୁ ସେହି ସ୍ମୃତି

ନୀରବରେ ଲୁହ ଝରି କହୁଥାଏ

ଭିତି ନେଇଗଲା ପ୍ରୀତି।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy