ଭଗ୍ନ ମାତୃତ୍ଵ
ଭଗ୍ନ ମାତୃତ୍ଵ
ହୃଦୟ ପାଚେରୀ ଡେଇଁ
ମନର ଝରକା ଭାଙ୍ଗି
ମୋ ଆଖି ଆଇନାରେ ଆଙ୍କିଥିଲ ଦିନେ
ତୁମ ପ୍ରତିଛବି ।
ମନେ ଭରି ଥିଲ ଅସୁମାରୀ ସ୍ବପ୍ନ
ଘରଟିଏ ତୋଳିବାକୁ
ଜହ୍ନ ରାଇଜେ ।
ମନେ ଭାବିଥିଲି
ତମେ ରାଜା,ମୁଁ ରାଣୀ
ସ୍ବପ୍ନ ରାଇଜେ।
ଭ୍ରମର ସାଜି ଲୁଟିଲ ତନୁ ମନ
ମୋ ଦେହେ ଆଙ୍କିଲ ପ୍ରତାରଣାର ଚିହ୍ନ
ଅଦିନେ ଲଦିଲ କୁମାରୀ ମାତୃତ୍ଵ ର ବୋଝ ।
ଏ ଦୁନିଆ କହେ ମୁଁ କାଳେ ଲଜ୍ଜାହିନା ନାରୀ
ନାରୀ ନାମେ କଳଙ୍କିନି ।
ଏ ଦୁନିଆ କହେ
ଅବାଞ୍ଛିତ ମୋ ଗର୍ଭ
ନାହିଁ ପିତୃ ପରିଚୟ ।
ଏ ସମାଜ ତ ପୁରୁଷର ଗୋଲାମ
ନାରୀକୁ କରେ ବଦନାମ୍ ।
ମୁଁ ଭାବେ,
ମାତୃ ପରିଚୟ ଶ୍ରେଷ୍ଠ ପରିଚୟ
ହେଉ ସଦା ଜନ୍ମଦାତାର ଜୟ ।