STORYMIRROR

padmaja pati

Action

4  

padmaja pati

Action

ଭଗବାନ, ତୁ କେଉଁଠି?

ଭଗବାନ, ତୁ କେଉଁଠି?

1 min
341

ପୂଜା କରି ତୋତେ ଗୀର୍ଜା କି ମନ୍ଦିରେ

ବାଡେଇଲି କେତେ ମୁଣ୍ଡ

ମସଜିଦ୍ ଯାଇ ଖୋଜିଲି କେତେ ମୁଁ

ଖୋଲୁନି କାହିଁ ତୋ ତୁଣ୍ଡ।


ଶୁଣିଛି ବିଶ୍ୱରେ ତୋ ଇଙ୍ଗିତ ବିନା

ନ ହେଲେ ଗଛ ,ପତର

ପାଏନା କେ ମୁଠେ ପେଟକୁ ଆହାର

ଦିଏ କେ ଅନ୍ନ ଛତର।


ପାପୀ ଏଠି କରେ ଆନନ୍ଦ,ଉଲ୍ଲାସ

ଚାଷୀକୁ ମିଳଇ ସଜ୍ଜା

ଚୋର, ଖଣ୍ଟ ଖାଏ ସୁନା ବାସନରେ

ସାଧୁକୁ ନ ମିଳେ ଭୁଜା।


ଏତେ ଅସମାନ କାହିଁକି କହ ତୁ

କେତେ ପରଖିବୁ ଆଉ

ସନ୍ତୋଷ ଧନକୁ ପାଆନ୍ତୁ ସଭିଏଁ

ସଂସାରରୁ ଦୁଃଖ ଯାଉ।


Rate this content
Log in

Similar oriya poem from Action