STORYMIRROR

padmaja pati

Children

4  

padmaja pati

Children

ଭଅଁର

ଭଅଁର

1 min
240

ଗୁଣୁ ଗୁଣୁ ଗୀତ ଗାଇ ଉଡି ବୁଲେ
ଏ ଫୁଲରୁ ସେ ଫୁଲକୁ 
କଳା ରଙ୍ଗ କିଏ ବୋଳିଲା ଦେହରେ
କହିବ ଅବା କାହାକୁ ?
 ମହୁ ଚୋଷିବାକୁ ଫୁଲଟି  ଉପରେ 
ବସଇ ଡେଣା ମେଲାଇ
ସୁଖେ ମକରନ୍ଦ କରୁଥାଏ ପାନ
ପୀରତି ଧାରା ଝରାଇ ।
ଗୋଡରେ ତାହାର ପରାଗ ରେଣୁକୁ
 କରୁଥାଏ ସେ ବହନ 
ଏ ଫୁଲରୁ ଉଡି ସେ ଫୁଲେ ବସିଲେ
ହୁଏ ପରା ପରାଗଣ ।
ତା'  ବିନା ସଂସାର ହୋଇବ ଅଚଳ
ମିଳିବନି ଦାନା କନା
 ଛୋଟ ଭଅଁରକୁ କରିବା ଆଦର 
ତାହାର ନାହିଁ ତୁଳନା ।



Rate this content
Log in

Similar oriya poem from Children