Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh takri

Tragedy

4  

Ramesh takri

Tragedy

ଭାରି ଦୁଃଖ ଲାଗେ

ଭାରି ଦୁଃଖ ଲାଗେ

1 min
217


ଭାରି ଦୁଃଖ ଲାଗେ     କହିବା କା'ଆଗେ

     ପ୍ରଭୁ ନ ଶୁଣିବ ଯେବେ

ମହାମାରୀ ଦୁଃଖ   ହଜାଉଛି ସୁଖ

     ଅନ୍ତ ହେବ ଏହା କେବେ ।


ମାନବ ଜୀବନ    ନୁହଇ ସମାନ

     କେବେ ସୁଖ କେବେ ଦୁଃଖ

ବନ୍ଯା ବାତ୍ଯା     ଭୟ କରଇ ଅଥୟ

     ରହି ସର୍ବ ଜନ ପାଖ ।


ଧନ ଜନ ମାନ     ହୁଅଇ ବିପନ୍ନ

     ପ୍ରକୃତି ଖେଳଇ ଯେବେ

ମାନବିକ ଗୁଣ     ହୁଏ ଅକାରଣ

     ଦୟା,କ୍ଷମା,ପ୍ରେମ ବିନା ।


ଜ୍ଞାନ ବୁଦ୍ଧି ବଳ   ଲାଗଇ ବିଫଳ

     ନ କଲେ ହିତ ସାଧନା

ଧାର୍ମୀକ ଜନତା     ହୋଇଲେ ହିନସ୍ତା

     ଦୁଃଖ ବଢ଼ିଯାଏ ଭବେ ।


ଏ ରୋଗ ଯନ୍ତ୍ରଣା     ବଢ଼ାଏ ଯାତନା

     ରୋଗୀକୁ ଛୁଇଁବା ମନା

ମାନବ ଜୀବନ   ହୁଏ ହୀନିମାନ

     ଈଶ୍ବର କରୁଣା ବିନା ।


ତୁମେ ଦେଖୁଥିବ  ବିପଦ ଆସିବ

     କାହାକୁ କହିବା ଏବେ

ବିପଦ ବଢ଼ାଏ     ଜୀବନ ହଜାଏ

     ମହାମାରୀ ମହାବାତ୍ଯା ।


ଚୋରି ଡକାୟତ    ନ ହେଲେ ଆୟତ

      ବଢ଼ଇ ଧର୍ଷଣ ହତ୍ଯା 

ଦୁଃଖ ଲାଗେ ଦେଖି     ହୁଏ ନାହିଁ ରଖି

     ବିପଦ ଘୁଞ୍ଚିବ କେବେ ।

    



Rate this content
Log in

Similar oriya poem from Tragedy