ଭାଙ୍ଗିଦେଲ କାହିଁ ଥାଳ
ଭାଙ୍ଗିଦେଲ କାହିଁ ଥାଳ
ବଡ଼ଦାଣ୍ଡେ ବସି ଭିକ୍ଷା ମାଗୁଥିଲି
ଭାଙ୍ଗିଦେଲ କାହିଁ ଥାଳ,
କେମିତି ପୋଷିବି ସଂସାରକୁ ମୋର
କୁହ ଆହେ ନନ୍ଦ ବାଳ ।
ଜୀବନରେ ଯେତେ ପାପ କରିଥିଲି
ଭୋଗୁଅଛି ଭାଗ୍ୟଫଳ,
ପିଲା ଛୁଆ ଧରି ଜୀବନ ବିତାଏ
ଦେଇଛ ଯେଉଁ ଜଞ୍ଜାଳ ।
ଦୁଃଖ ପରେ ଦୁଃଖ କାହିଁ ଦିଅ ଏତେ
ସୁଖୁନାହିଁ ଆଖି ନିର,
ସଂସାର ତ ମୋର ନରକ କରିଲ
କରିଦେଇ ସାତ ପର ।
ଆହେ ଦୀନବନ୍ଧୁ ତୁମେ କୃପାସିନ୍ଧୁ
ଶୁଣୁଅଛି କାନ ମୋର,
ମୋ ସଂସାରର ସତେ କେମିତି ଭାସୁଛି
ଦେଖ ଥରେ ପ୍ରଭୁ ମୋର ।
ପିଲାଛୁଆ ମୋର ଭୋକ ଉପାସର
କାନ୍ଦୁଛନ୍ତି ବସି ଦ୍ବାରେ ,
ଦାନା ଦେଲ ନାହିଁ କନା ଦେଲନାହିଁ
ବୁଲୁଛି ମୁଁ ଦ୍ବାରେ ଦ୍ବାରେ ।
ଦୀନ ହୀନ ଜଣେ ଭୀକାରି ବୋଲି ମୁଁ
ଭର୍ଛନା କରନ୍ତି ମୋତେ ।
ବାର ବାର ଏଠି ଭିକ୍ଷା ମାଗିବାର
ଦେଖିବୁନି ଆଉ ତୋତେ ।
ଏତେ ଦୁଃଖ ଆଉ ପାରିବିନି ସହି
ଶେଷ କଥା ଦେଲି କହି,
ତୁମେ ନ ବୁଝିଲେ ହେ କଳା ସାଆନ୍ତେ
ମରିଯିବୁ ବିଷ ପିଇ ।
ଶେଷ ବେଳେ ଟିକେ ଦେଖା ଦେବ ପ୍ରଭୁ
ନୀଳାଚଳ ଭାବଗ୍ରାହୀ,
ତୁମେ ଯଦି ପ୍ରଭୁ ନବୁଝୁଛ ଦୁଃଖ
ଜୀଈଁ ଆଉ ଲାଭ ନାହିଁ ।
◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)
