Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ଭାଗ୍ୟବାନ ମୁଁ

ଭାଗ୍ୟବାନ ମୁଁ

1 min
271



ଖୋଜି ମୁଁ ପାଇଛି    ଯେଦିନୁ ତୁମକୁ

      ଭୁଲିଛି ନିଜକୁ ନିଜେ

ତୁମରି ଆଖିରେ     ଦେଖୁଛି ସପନ

     ଭାଗ୍ୟବାନ ମୁଁ ମଣେ ।


ପାଶେ ଥିଲେ ତୁମେ   ଲାଗଇ ଯେମିତି

       ସରଗର ସୁନାଚାନ୍ଦ

ଖସି ପଡିଛିକି     ହାତେ ସତେ ଅବା

      ଜୀବନ ମୋ ଶତଧନ୍ୟ ।


ତୁମରି ପରଶ      ଚନ୍ଦନର ସମ

    ପୈ।ଷ ପ୍ରାତଃ ଉଷ୍ମ ରଶ୍ମି

ହସରେ ତୁମର    ଫୁଟଇ ଗୋଲାପ

     ଦୁ:ଖରାଶି ଯାଏ ଘୁଞ୍ଚି ।


ରାଜହ°ସୀ ପରି    ଚାଲିରେ ତୁମରି

      ମଳୟର ମଧୁ ବାସ୍ନା

ଛଳଛଳ ତୁମେ     ପାହାଡି ଝରଣା

      ନିବାର ଦୁର୍ବାର ତୃଷ୍ଣା ।


ମନ ନିଏ ଜିଣି    ଘନକୃଷ୍ଣ ବେଣୀ

      ଅନୁପମା ସୁନୀଳିମା

ଭ୍ରମରେ ନାଚଇ   ମୋ ମନ ମୟୂର

     ମଧୁଛନ୍ଦେ ଆନମନା ।


ଶବ୍ଦରେ କେବଳ   ହେବ ନାହିଁ କହି

     ହୃଦୟର ସବୁ କଥା

ଦେଖିଲା ଦିନରୁ    ତୁମକୁ ଭୁଲିଛି

     ସକଳ ଜୀବନ ବ୍ୟଥା ।

         


Rate this content
Log in

Similar oriya poem from Romance