STORYMIRROR

Pranati Mahapatra

Romance Inspirational

3  

Pranati Mahapatra

Romance Inspirational

ଭାଗ - ୧ ନିଶିଗନ୍ଧା

ଭାଗ - ୧ ନିଶିଗନ୍ଧା

1 min
217


ତୁମେ ତମାମ ରାତିକୁ ଜହ୍ନ ପାଖରେ

 ବନ୍ଧା ପକେଇ,

ବିଞ୍ଚିଦେଲ ମୋ ନର୍କର ଶରୀର

 ଉପରେ

ରଜନୀଗନ୍ଧାର ସୁବାସିତ ପୁଷ୍ପ।

ହେ ମୋର ନିଶିଗନ୍ଧା

ମୁଁ ସତେ କେଡ଼େ ସ୍ଵାର୍ଥପର ନୁହେଁ !


ଜୀବନକୁ ବାରବାର ଲମ୍ପଟ ମାନଙ୍କ ସହ ବାଜି ଲଗାଇ,

ସୂର୍ଯ୍ୟର ଡ଼ହଡ଼ହ ତେଜରେ ପ୍ରତିକ୍ଷଣ ଆଉଟି ଆଉଟି

ସାଗର ସୈକତରେ ଛାଡିଦେଲ ଅମର ସ୍ଵାକ୍ଷର

ଭେଟିଦେଲ ହୀରାନୀଳା ଠାରୁ ଆହୁରି ଦାମୀ ସମ୍ପତ୍ତି।

ହେ ମୋର ନିଶିଗନ୍ଧା

ମୁଁ ସତେ କେଡ଼େ ସ୍ଵାର୍ଥପର ନୁହେଁ !


ଲାଭା ଉଦ୍ଗୀରଣ ହୁଏ ଜାଣେ ସତ,

ସେହି ଲାଭାରେ ଲାଲ୍ ଟହଟହ 

 ମନ୍ଦାର ମାଳାଟିଏ ହୋଇ

ଯାତନା କଷଣର ମୋକଟ ପିନ୍ଧି

ବାରଭୋଗ୍ୟର ବସ୍ତୁଟିଏ ହୋଇ

ପାରିଦେଲ ସୁବର୍ଣ୍ଣ ସିଂହାସନ

କରିଦେଲ ଗରିବରୁ ଲକ୍ଷପତି।

ହେ ମୋର ନିଶିଗନ୍ଧା

ମୁଁ ସତେ କେଡ଼େ ସ୍ଵାର୍ଥପର ନୁହେଁ !


ଦେଇ ଦେଇ ଦୁଃଖି ନୁହଁ ତୁମେ ସତ

ନେଇ ନେଇ ମୁଁ ନିସ୍ଵ,

ଶୂନ୍ୟ ଉଦର ଖୋଜୁ ନାହିଁ ଖାଦ୍ୟ ତୁମର,

ପୂର୍ଣ୍ଣ ଉଦର ଅପୂର୍ଣ୍ଣ ଖୋଜେ ଆହୁରି ଆହୁରି ଖାଦ୍ୟ ଅବସୋସର ,


କାଟି କାଟି ,ବାଣ୍ଟିଦେଲ ,ଭାଗକଲ

 ତଥାପି ତୁମେ ଗଙ୍ଗା, ପବିତ୍ରା,

ହେ ମୋର ନିଶିଗନ୍ଧା ...

ମୁଁ ସତେ କେଡ଼େ ସ୍ଵାର୍ଥପର ନୁହେଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance