ଭାବର ବନ୍ଧନ ଭାବର
ଭାବର ବନ୍ଧନ ଭାବର
ଭାବର ବନ୍ଧନ ବାଏସ ଚନ୍ଦନ
ମହ ମହ ବାସୁଥାଏ
ଭାବେ ବାନ୍ଧିଦେଲେ ଭାବ କୁ ମଧୁର
ଅମୃତ ହେଇ ଯାଏ ।
ଭାଇ ଭଉଣୀର ମଧୁର ସମ୍ପର୍କ
ଓଡ଼ିଆ ସଂସ୍କୃତି ଏହି
ରକ୍ଷା ବନ୍ଧନ ରେ ଆଶିଷ ଢାଳିବା
ଭଉଣୀ ର ଖୁସି ପାଇଁ ।
ବରଷ କୁ ଥରେ ଆସେ ଏ ସୁଯୋଗ
ଭାଇ ଭଉଣୀର ଭାବ
ମୋ ଚକା ଆଖି ବି ବାନ୍ଧି ହୋଇଥାଏ
ଲଗାଇ ସେ ତାର ଭାବ।
ରେଶମୀ ସୁତାର ଡୋରି ନୁହେଁ ଇଏ
ମହା ସେତୁ ସମ୍ପର୍କର
ଭଉଣୀ ପାଇଁ ଏ ସୁରକ୍ଷା କବଚ
ଭାଇ ସାହା ହୁଏ ତାର ।
ରକ୍ଷା ବନ୍ଧନ ର ସମ୍ମାନ ରଖିବା
କରିବା ଏହି ଶପଥ
ସବୁ ଭଉଣୀଙ୍କ ମାନ ରକ୍ଷା କରି
ପୁଷ୍ପିତ କରିବା ପଥ ।
