STORYMIRROR

Prabhanjana Tripathy

Tragedy

4  

Prabhanjana Tripathy

Tragedy

ଭାବନା

ଭାବନା

1 min
399

ଦୁଖଃଟି ରଖି ହୃଦୟ ସିନ୍ଦୁକେ,

ସୁଖଃ କରେ ପ୍ରଦର୍ଶନ,

ଜଳୁଛି ଅଙ୍ଗାର ପାଉଁଶ ଭିତରେ,

ପୋଡି ଯାଉଅଛି ମନ ।


କଣ୍ଢେଇ ଟିଏ ମୁଁ କଣ୍ଢେଇ ନାଚର,

ନାଚେ ଅଙ୍ଗୁଳିର ବଳେ,

ଯେତେବେଳେ ସେହି ଆଙ୍ଗୁଳି ଥକିବ,

ଶରୀର ପଡିବ ତଳେ ।


ବଞ୍ଚିବା ଆଳେ ପେଟ ଭରିବାକୁ,

ଉର୍ଜା ଲୋଡିବ ଦେହ,

ଯେତେ ଯାହା କଲେ ନର ଶରୀରରେ,

ଛାଡିତ ପାରୁନି ମୋହ ।


ମିଛ ମିଛ ସିନା ସଂସାର ଖେଳ,

ସମୟ ଆସିଲେ ଅନ୍ତ,

ଏକକ ଭିତରେ ନାନା ଉତ୍ପୀଡ଼ନ,

ନ ହୁଅଇ ପଥ ଶ୍ରାନ୍ତ ।


ଭାବକୁ ନିକଟ,ଅଭାବକୁ ଦୂର,

ବିଚିତ୍ର ସ୍ଥିତିର ବଳ,

ବଳିଆନ ଏଠି କେବଳ ସମୟ,

ସର୍ବତ୍ର ତାହାର ଖେଳ ।


କିଏ ବି ନାହିଁ ଯେ ଅମର ଧାରାରେ,

ନାହିଁ କେ ଜୀବନେ ପ୍ରୀତ,

ନଲ ରାଜା ପରି, ସଞ୍ଚିବ ଐତିହ,

ଦେଖିବ ନୂତନ ପ୍ରାତ ।


ତେଣୁ ମୁଁ ନିଜକୁ ଚଞ୍ଚଳ କରି,

ବଢ଼ାଇ ଦେଇଛି ଗତି,

ତୁରନ୍ତ ପହଞ୍ଚି ଗୁରୁ ପୟର ରେ,

ଦଣ୍ଡି ନେବି ମଥା ପାତି ।



Rate this content
Log in

Similar oriya poem from Tragedy