ବେଲୁନ
ବେଲୁନ


ପ୍ରିୟ ଜହ୍ନଟା ଆଜି
କାହା ଅଗଣାରେ
ଉଇଁଲା କେଜାଣି
ଆକାଶରେ ଦେଖା ଯାଉନି
ତେଣୁ ଆଜି ବ୍ୟସ୍ତ ଏ ମନ
କିଏ କୁହୁକ କରି ଦେଇଥିବ
ମୋ ଆଶଙ୍କା ବାଦଲ ଉପରେ
ବେଳେବେଳେ ସେ ଲୁଚାଇଦିଏ
ମୋ ଅଗଣାର ଜହ୍ନକୁ...
ଆଉ ମୁଁ ଖୋଜି ଖୋଜି ଶେଷରେ
ଶୋଇପଡ଼େ ଏକାକୀ
ଅଭିମାନ ତରଳି ଯାଏ ବରଫ ହୋଇ
ସ୍ବପ୍ନରେ ସେ ଲୁଚି ଲୁଚି ଦେଖେ
ମୋ ଖୁସି ସବୁ ବେଲୁନ ହୋଇ
ତା ଆଡ଼କୁ ଉଡ଼ିଯାଏ
ମୁଁ ବାସ୍ତବିକ ମଣିଷଟେ ସାଜି
ସେ ବେଲୁନ ପଛେ ପଛେ ଧାଏଁ ।