STORYMIRROR

Tankadhar Majhi

Romance

2  

Tankadhar Majhi

Romance

ବେଲୁନ

ବେଲୁନ

1 min
131


ପ୍ରିୟ ଜହ୍ନଟା ଆଜି 

କାହା ଅଗଣାରେ

ଉଇଁଲା କେଜାଣି

ଆକାଶରେ ଦେଖା ଯାଉନି

ତେଣୁ ଆଜି ବ୍ୟସ୍ତ ଏ ମନ

କିଏ କୁହୁକ କରି ଦେଇଥିବ

ମୋ ଆଶଙ୍କା ବାଦଲ ଉପରେ

ବେଳେବେଳେ ସେ ଲୁଚାଇଦିଏ 

ମୋ ଅଗଣାର ଜହ୍ନକୁ...

ଆଉ ମୁଁ ଖୋଜି ଖୋଜି ଶେଷରେ 

ଶୋଇପଡ଼େ ଏକାକୀ 

ଅଭିମାନ ତରଳି ଯାଏ ବରଫ ହୋଇ

ସ୍ବପ୍ନରେ ସେ ଲୁଚି ଲୁଚି ଦେଖେ

ମୋ ଖୁସି ସବୁ ବେଲୁନ ହୋଇ

ତା ଆଡ଼କୁ ଉଡ଼ିଯାଏ

ମୁଁ ବାସ୍ତବିକ ମଣିଷଟେ ସାଜି

ସେ ବେଲୁନ ପଛେ ପଛେ ଧାଏଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance