STORYMIRROR

Satyabati Swain

Tragedy

4  

Satyabati Swain

Tragedy

ବେଇମାନ

ବେଇମାନ

1 min
298


ଏଠି ଖାଲି

ଥୋପା ଥୋପା ଲାଳ

ସ୍ୱାର୍ଥର

ମୁଖା ପିନ୍ଧା ମଣିଷ ବାଘ

ବେଇମାନି 

କୁତ୍ସିତ ସ୍ଵଭାବ ପଚା ଗନ୍ଧ

କୁଢ଼କୁଢ଼ ପ୍ରତାରଣା ଅବିଶ୍ବାସୀ

ଆବର୍ଜନାରେ

ରୁନଦ୍ଧି ଯାଏ

ନିଃଶ୍ବାସ

ଥମିଯାଏ ସମ୍ପର୍କ ଗତି।


ସମ୍ପର୍କ 

ପବିତ୍ର ଗଙ୍ଗାରେ

ବେଇମାନି ମଣିଷର

ଆବର୍ଜନା ଭାସି

ଦୂଷିତ ଜୀବନ ଓ ହୃଦ

ଚାଖଣ୍ଡେ ଭୂମି କାଇଁ

ବିଶ୍ୱାସ ଓ ଭରସା 

ମଞ୍ଜିଟିଏ ପୋତିବି ଯେ!!


ଦୁଇ ଦୁଇଟି ଜୀବନ

ବଞ୍ଚେ ବେଇମାନ

ଉପରେ ତୁଳସୀ

ଭିତରେ ହିଂସ୍ର ପଶୁ

ଖିନ୍ ଭିନ୍ କରି

ରକ୍ତ ପିଏ ନିଜ ମାଲିକର।


ହେ ମଣିଷ!

ବିଶ୍ୱାସ ଆସ୍ଥାର

ସମ୍ମାନ କର

ଲାଭ କ୍ଷତି ହିସାବ

ଦେନ ନେଣ ବେପାର

ଅନ୍ତତଃ ସ୍ନେହ,ଶ୍ରଦ୍ଧା ପ୍ରେମରୁ

ଦୁରେଇ ରଖ

ନର୍ଦ୍ଦମା କୀଟ କରନାହିଁ

ପବିତ୍ର ମାଟି ମଗ୍ନ ହୃଦ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy