ବେଇମାନ
ବେଇମାନ
ଏଠି ଖାଲି
ଥୋପା ଥୋପା ଲାଳ
ସ୍ୱାର୍ଥର
ମୁଖା ପିନ୍ଧା ମଣିଷ ବାଘ
ବେଇମାନି
କୁତ୍ସିତ ସ୍ଵଭାବ ପଚା ଗନ୍ଧ
କୁଢ଼କୁଢ଼ ପ୍ରତାରଣା ଅବିଶ୍ବାସୀ
ଆବର୍ଜନାରେ
ରୁନଦ୍ଧି ଯାଏ
ନିଃଶ୍ବାସ
ଥମିଯାଏ ସମ୍ପର୍କ ଗତି।
ସମ୍ପର୍କ
ପବିତ୍ର ଗଙ୍ଗାରେ
ବେଇମାନି ମଣିଷର
ଆବର୍ଜନା ଭାସି
ଦୂଷିତ ଜୀବନ ଓ ହୃଦ
ଚାଖଣ୍ଡେ ଭୂମି କାଇଁ
ବିଶ୍ୱାସ ଓ ଭରସା
ମଞ୍ଜିଟିଏ ପୋତିବି ଯେ!!
ଦୁଇ ଦୁଇଟି ଜୀବନ
ବଞ୍ଚେ ବେଇମାନ
ଉପରେ ତୁଳସୀ
ଭିତରେ ହିଂସ୍ର ପଶୁ
ଖିନ୍ ଭିନ୍ କରି
ରକ୍ତ ପିଏ ନିଜ ମାଲିକର।
ହେ ମଣିଷ!
ବିଶ୍ୱାସ ଆସ୍ଥାର
ସମ୍ମାନ କର
ଲାଭ କ୍ଷତି ହିସାବ
ଦେନ ନେଣ ବେପାର
ଅନ୍ତତଃ ସ୍ନେହ,ଶ୍ରଦ୍ଧା ପ୍ରେମରୁ
ଦୁରେଇ ରଖ
ନର୍ଦ୍ଦମା କୀଟ କରନାହିଁ
ପବିତ୍ର ମାଟି ମଗ୍ନ ହୃଦ।