STORYMIRROR

Hasyamayee Raj

Tragedy

3  

Hasyamayee Raj

Tragedy

ବଦଳା ମଣିଷ

ବଦଳା ମଣିଷ

1 min
153


ପୃଥିବୀଟା 

ଭୂଲି ନଥିଲା ନିଜ ଗତିପଥ

ଅମାନିଆ ବଉଦ ବି ଆକାଶରେ

ଆଙ୍କୁଥିଲା କେତେ କେତେ ଚିତ୍ର

କୋଇଲି ବି ଗାଉଥିଲା

ସୁର ତୋଳି ଗୀତ

ସବୁ ଥିଲା ଠିକ୍ ଠାକ୍ ପୂର୍ବବତ୍ । 


ହେଲେ ବଦଳି ଯାଇଥିଲ ତମେ

କଥା କହୁନଥିଲ ଆଖିରେ 

ପ୍ରଗଳ୍ଭତା ନଥିଲା କଥାରେ 

ଲାଗୁଥିଲ ଯେମିତି 

କେଉଁ ଅଜଣା ଦ୍ବୀପରୁ 

ବାଟଭୂଲି ଚାଲିଆସିଥିବା

ଭିନ୍ନ ଏକ ମଣିଷ 

ମୁହଁରେ ଫୁଲ ପରି ଫୁଟି ଉଠୁ ନଥିଲା 

ଆଗପରି ହସ 

ଦେଖିଦେଲା ପରେ ତୁମକୁ

ଯେମିତି ସ୍ରୁଷ୍ଟି ହେଇଗଲା

ମୋ ଭିତରେ ମୃଦୁ ଭୂମିକମ୍ପ 

ଲିଭି ଲିଭି ଆସୁଥିଲା 

ମନତଳେ ଦିକ୍ ଦିକ୍ ଜଳୁଥିବା 

ଆଶାର ଦୀପ। 


ଭୂଲ୍ ଭାଲ୍ ହେଇଗଲା

ମୋର ସବୁ ହିସାବ୍ ନିକାଶ୍

ସୂତ୍ର ଖୋଜୁଥିଲା ଜୀବନ ଭଗ୍ନାଂଶ 

ମୋ ସ୍ବପ୍ନର କଳି ଗୁଡିକୁ

ରଙ୍ଗହୀନ କରିଦେଲା 

ତୁମ ଆଖି ନିଆଁର ଧାସ 

ମରି ମରି ଗଲା ଜିଇଁବାର ଶୋଷ 

ଜୀବନ ଥାଉ ଥାଉ ଆଜି 

ମୁଁ ପାଲଟି ଗଲି ଶବ

ତୁଟିଗଲା ମୋର ସବୁ ଅସମ୍ଭବକୁ 

ସମ୍ଭବ କରିବାର ଉଦଗ୍ର ଲୋଭ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy