ବଧୂଲି ରାଧା
ବଧୂଲି ରାଧା
କଳା ମେଘ ଦେଖି
ମୟୁର ନାଚୁଛି
ସମୀର ଗାଉଛି
ମେଘ ମହ୍ଲାର
ପ୍ରେମ ସାଗରରେ
ଲହରୀ ଖେଳୁଛି
ଆସ ଆସ ସଖୀ
ସ୍ନାହାନ କରିବା ଚାଲ ।
ଚୁପି ଚୁପି କିଏ
କାନେ ମୋର କହେ
ବନ୍ଧୁ ହେ ତମେ
ଶୁଅନାହିଁ, ଶୁଅନାହିଁ
ଏ ରାତି ମହକ
ଅନ୍ଧାର କୁହୁକ
ଆଉ କେବେ ଥରେ
ଆସିବ ନାହିଁ ।
ପ୍ରିୟାର ପରଶ
ପ୍ରୀତି ରଂଗରସ
ସବୁବେଳେ ଝୁରେ ମନ
ଆଦିମ ତୃଷ୍ଣାର
ଅବ୍ୟକ୍ତ ସେ ଜ୍ୱାଳା
ଅବ୍ୟକ୍ତ ତା'ର ଦହନ ।
ଆସ ଆସ ସଖୀ
ଭିଜିଯିବା ଆମେ
ପ୍ରୀତିରଙ୍ଗ ରସେ
ମାନିବାନି କା'ର ବାଧା
ଲୋଟିଯିବ ତମେ
ମୋର ବକ୍ଷଦେଶେ
ହେ ମୋର ବଧୂଲି ରାଧା ।