ବଢିଲା ଲୋକଙ୍କ ଦୁଃଖ
ବଢିଲା ଲୋକଙ୍କ ଦୁଃଖ


ବଢିଲା ଲୋକଙ୍କ ଦୁଃଖ
କରାଳ କରୋନା ଗ୍ରାସିଲା ଧରା
ଲକ୍ ଡାଉନ୍ ରେ ପୃଥିବୀ ସାରା ।
ଖଟିଖିଆଙ୍କର ଦୁଃଖ ଦୁର୍ଦ୍ଦଶା
ଛାଡିଲେଣି କେତେ ଜୀବନୁ ଆଶା ।
ସମୁଦ୍ର ପଥରେ ନଉକା ବାହି
ଘରମୁହାଁ ଡର ଜୀବନେ ନାହିଁ।
ସଭିଏଁ ବିକନ୍ତି ପରିବା ଫଳ
କିଣିବାକୁ କା'ର ଅଛି ବା ବଳ !
ଭୂତାଣୁ ସାଥିରେ କାଳେ ଆସିବ
ଥୋକେ ଭୁଲିଲେଣି ବଜାର ଦ୍ରବ୍ୟ।
ଚୁଳ ବଢିଲାଣି ଋଷି ପରାୟେ
ସେଲୁନ୍ ବିପଦ ଅଧିକ ଭୟେ।
ଅତ୍ୟାବଶ୍ୟକ ସଜ୍ଞା ନିରୂପଣ
ସୃଷ୍ଟି କଲାଣି ସମସ୍ୟା ଭୀଷଣ ।
ଓପିଡିରେ ତାଲା ମେଡିକାଲରେ
ରୋଗ ଲୁଚିବ କି କରୋନା ଡରେ !
ସର୍କାରୀ ସାହାଯ୍ୟ ଶଙ୍ଖେ ସମୁଦ୍ର
ଶୁଖିଲା ପାଗରେ ହେବ କି ଆର୍ଦ୍ର !
ସରକାର ବସି ଭାଳେଣି କରେ
ଲକ୍ ଡାଉନ୍ କୁ ଖୋଲି ନ ପାରେ ।
କୋଡିଏ କୋଡିଏ ବରଷ ଯାକ
ଲକ୍ ହୋଇ କିବା ଲାଗିବ ଜଙ୍କ !