STORYMIRROR

Sudhir Kumar Panda

Fantasy

3  

Sudhir Kumar Panda

Fantasy

ବୈଠକଖାନାରେ ମରିଯାଉଥିବା ଗୋଲାପ

ବୈଠକଖାନାରେ ମରିଯାଉଥିବା ଗୋଲାପ

1 min
361


ଗୋଲାପ

ତୋ ରଙ୍ଗ ଗଲା ହଜି

ତୋ ରୂପ ଗଲା ହଜି

ନଇଁ ଗଲୁ ତୁ

ତୋ ମୁହଁ ଗଲା ଝାଉଁଳି

ତୁ ହେଲୁ ବାଉଳି।


ତୋତେ ଦେଖି ଏପରି

ମୋ ମନ ଗଲା ଡରି

ଏତେ ଭୟଙ୍କର ଭାବେ

ଫୁଲ ବି ଯାଏ ମରି!


ସୁନ୍ଦର ଫୁଲଦାନୀରେ

ସୁସଜ୍ଜିତ ବଖରାରେ

ତୁ ଯେବେ

ଆସିଥିଲୁ ଋତୁ-ରାଜ ରାଜଦୂତ ହୋଇ

କେତେ ମନ ନେଇଥିଲୁ ମୋହି

ରଙ୍ଗ-ରୂପ, ରସ-ଗନ୍ଧ ପ୍ରଚ୍ଛନ୍ନତା

କ୍ଷଣକ ସକାଶେ

ପାଖୁଡ଼ାର ପରସ୍ତରେ

ଯେପରି ଅମରତ୍ବର ନିବିଡ଼ତା!

ଦେଇପାରେ କେତେ ବଡ ଘାତ - କୃତ୍ରିମତା !


ତୁ ଆକାଶର ତଳେ ଯଦି କରନ୍ତୁ ଶୟନ

ଶିଶିର ବୁନ୍ଦା କରନ୍ତୁ ମୁଖେ ପ୍ରକ୍ଷାଳନ

ଶିରିଶିରି ପବନରେ ଯାଆନ୍ତୁ ତୁ ଝରି

ପାଖୁଡା ପାଖୁଡା ପଡି ଯାଆନ୍ତୁ ବିସ୍ତରି

ଧରିତ୍ରୀ ମାଆର କୋଳ ଆବୋରି

ପ୍ରକୃତିରେ ମଧ୍ୟ ଅଛି ସୁନ୍ଦରତା ଭରି।


ମୂଳ ରଚନା : ହରିବଂଶରାୟ ବଚ୍ଚନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Fantasy