Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pranati Mahapatra

Action Children

3  

pranati Mahapatra

Action Children

ବୈଜ୍ଞାନିକ ପ୍ରମୋଦ କୁମାର

ବୈଜ୍ଞାନିକ ପ୍ରମୋଦ କୁମାର

1 min
204



ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା

ଉଣେଇଶ ପଞ୍ଚସ୍ତରି ଏପ୍ରିଲ ଆଠରେ

    ଓଡ଼ିଶାର ଭଦ୍ରକରେ,

ପ୍ରଧାନ ଶିକ୍ଷକ ପିତା ଆନନ୍ଦିତ ପାଇ ତୁମକୁ

     ଗୃହିଣୀ ମାତା କୋଳରେ।


ବିଦ୍ୟାଳୟ ଶିକ୍ଷା ଭଦ୍ରକ ହାଇସ୍କୁଲ

  କଲେଜ ପଢା ରେଭେନ୍ସାରେ,

ବାରଣାସୀ ବନାରସ ବିଶ୍ଵବିଦ୍ୟାଳୟ

   ପିଏଚଡି କଲେ ସେଠାରେ।


ଭଦ୍ରକ, କଟକ, ଭୁବନେଶ୍ୱର ପରେ 

    ବାରଣାସୀ ଯାଇ,

ଆଗ୍ରା,ଡେରାଡୁନ,ସିକିମ,ହାଇଦ୍ରାବାଦ

   ରାଜସ୍ଥାନେ ଶିକ୍ଷା ପାଇ।


କୃଷି ଜଳ ପ୍ରକଳ୍ପ ବିଷୟରେ

   କଲେ କେତେ ଅଧ୍ୟୟନ,

ବୈଜ୍ଞାନିକ ମାନଙ୍କର ଅଧ୍ୟକ୍ଷ

   ରୂପେ ଏବେ ଅବସ୍ଥାନ।


ଓଡ଼ିଶାର କୋଟି ଓଡ଼ିଆର ମଣି

   ଛପନ ଭୋଗରେ ପ୍ରିୟ,

ଏମିତିକା କଥା ଧରିତ୍ରୀରେ କହି

   ସଭିଙ୍କୁ ଚେତାଇ ଦିଅ।


ଇର୍ଷା ଓ ଛଦ୍ମରୂପ ଓଡ଼ିଶାରେ

   ଶତ୍ରୁ ଭାବରେ ପ୍ରଧାନ,

ଏମିତିକା ଶତୃ ରାଜ୍ୟରୁ ଶୀଘ୍ର

   କହିଲ କର ଦମନ।


ସମଗ୍ର ବିଶ୍ଵର ଐତିହ୍ୟ କୋଣାର୍କ

   ବିଶ୍ଵ କାରିଗରୀର ପ୍ରତୀକ,

ସେ ସପ୍ତାଶ୍ଚର୍ଯ୍ୟ ଭଗ୍ନ ବୋଲି କହି

  ସୁରକ୍ଷା ପାଇଁ ହୁଅ ଜାଗ୍ରତ।


ଶୁଣ କିସ ଅଛି ଅଛି କି ସୁନ୍ଦର

ଜାଣିବାକୁ ଯେ ଭାବିଲ,

ଭାରତରୁ ଓଡ଼ିଶାର ସ୍ପଷ୍ଟ ଚିତ୍ର

  ସ୍ଵଳ୍ପରେ ବଖାଣି ଦେଲ।


ବିଶ୍ଵ ସଭ୍ୟତାର ଓଡ଼ିଆ ଐତିହ୍ୟ

ପରାକ୍ରମୀ ଓ ସାହସୀ,

ଏବର ଓଡ଼ିଆ ପୁଅ ସ୍ଵାଭିମାନ ନୀତି

ଛାଡି କରଇ ଅନୀତି।


ପୁରୁବ ଗୌରବ ସ୍ଵର୍ଣ୍ଣାକ୍ଷର ଗାଥା

ଭାବିବାକୁ ଦେଲ ଚେତି,

ବୈଜ୍ଞାନିକ ପଦେ ହୋଇ ବି ହେ ସ୍ରଷ୍ଟା

ବଢାଇଲ ଜାତି ପ୍ରୀତି।


ବିଶ୍ଵ ଶାନ୍ତି ସୁଖ ସୁସ୍ଥତା ପାଇଁ ତୁମ

କଲମରୁ ଝରେ ବାଣୀ,

କଳିଙ୍ଗ ,ଉତ୍କଳ ,ମହାପୁରୁଷ ଓ 

ଜମି ସୁରକ୍ଷା କାହାଣୀ।


ସ୍ଵାବଲମ୍ବୀ ପୁଣି ନିଜ ବଳ ବୁଦ୍ଧି

ପ୍ରୟୋଗରେ ଯେ ବିକାଶ,

ଧାନକଟା ଛୁଟିରୁ X ମାସ ଛୁଟି ଯାଏ

ଲେଖି ଜନ୍ମାଅ ବିଶ୍ଵାସ।


ଆଗାମୀ ଭବିଷ୍ୟ ବଂଶଧର ପାଇଁ 

କେତେ କେତେ ତୁମ ଚିନ୍ତା,

ଆଗାମୀ ଭାରତ ତୃଷାର୍ତ୍ତ ନ ହେଉ

କହିବ ଆଜି ସେ କଥା।


ଶବ୍ଦ ସମ୍ଭାରର ସୃଷ୍ଟି ନିବେଦିଲି

ବୈଜ୍ଞାନିକ ପ୍ରମୋଦଙ୍କୁ,

ସାଦର ଗ୍ରହଣ କରି ସୁପଥକୁ

ଟାଣିନିଅ ସମସ୍ତଙ୍କୁ।

ସାହିତ୍ୟିକ କବି ବନ୍ଧୁ ପରିବାର

ନିବେଦନ କରେ ତୁମ୍ଭଙ୍କୁ।





Rate this content
Log in

Similar oriya poem from Action