ବାର୍ଦ୍ଧକ୍ୟ
ବାର୍ଦ୍ଧକ୍ୟ
ଅଶାନ୍ତି ଦୁଃଖ ଶୋକର ସମୟ
ମଣିଷକୁ ବନାଇ ଦିଏ
ବଧିର ଅନ୍ଧ ମୁକ
ସେ ବାର୍ଦ୍ଧକ୍ୟ ।
ଜ୍ଞାତି କୁଟୁମ୍ବ ସଭିଏଁ
ହୋଇଯାଆନ୍ତି ଯେବେ ବିମୁଖ
ଜୀବନ ଯୌବନ ସବୁ କ୍ଷଣସ୍ଥାୟୀ
ଏ ସବୁକୁ ଅନୁଭବ କରେ
ମଣିଷ ଜୀବନର ଶେଷ ଦୃଶ୍ୟ
ସେ ବାର୍ଦ୍ଧକ୍ୟ ।
ନୀତି ନୈତିକତା
ଭୁଲିଯାଏ ମଣିଷ ତା'ର ସବୁ ସମ୍ପର୍କ
ସବୁ ସୁଖ ହୋଇଯାଏ ତା ପାଇଁ ଦୁଃଖ
ଅତୀତର ସବୁ କର୍ମ କୁ ଭୁଲନ୍ତି ନିଜ ଲୋକ
ଚିନ୍ତା ଚେତନା କୁ ଭୁଲି
ସ୍ଵାର୍ଥେ ଲିପ୍ତ ରୁହନ୍ତି ନିଜ ଲୋକ
ଏହି ତ ଜୀବନର ଶେଷ ଦୁଃଖ
ସେ ବାର୍ଦ୍ଧକ୍ୟ ।
ଯେତେ ଯେତେ କରିଥା ସୁକର୍ମ
ସବୁର କେହି ବୁଝିବେନି ମର୍ମ
ନୀତି ନୈତିକତା ଆଦର୍ଶ
ସବୁ ଖାଲି ସାମ୍ବାଦିକତା
ଏ ସବୁ ରେ ନାହିଁ ଧର୍ମ
ସ୍ଵାର୍ଥାନ୍ଧ ମଣିଷ ବୁଝେ ଖାଲି
ଅର୍ଥ କ୍ଷମତା ପ୍ରତିପତ୍ତି ର ମର୍ମ
ଧନ ସମ୍ପଦ ସବୁ କୁ ଚିନ୍ହନ୍ତି ଏ ଲୋକ
ସବୁରି ଉର୍ଦ୍ଧ୍ବ ରେ ଏ ଆମ ସମାଜର
ତଥାକଥିତ ତ୍ୟାଗୀ ଲୋକ
ଜୀବନର ମାନେ ମୂହୁର୍ତ୍ତ କୁ
ନା ମୁଁ ଦେଖିଛି
ନା ମୁଁ ମୋ ପରେ ସେ ଦେଖିବ
ସବୁ ଖାଲି ଆମ ସନ୍ତପ୍ତ ଦୁଃଖ ଓ ଶୋକ
ନିରୀହ ମଣିଷ ଚିନ୍ତେନା ତା ବାର୍ଦ୍ଧକ୍ୟ
ସେ ମହା ଦୁଃଖ ସେ ବାର୍ଦ୍ଧକ୍ୟ ।
ଲିଭି ଲିଭି ଆସୁଥିବା ଜୀବନର ଦୀପ
ଆଶୀର୍ବାଦ ନୁହେଁ ସେ ସତେ କି ଅଭିଶାପ
ସରିଯାଏ ଜୀବନର ସବୁ ସୁଖ
ଭୁଲିଯାଏ ମଣିଷ ତା'ର ଶୋଷ ଓ ଭୋକ
ଅଙ୍ଗ ପ୍ରତ୍ୟଙ୍ଗ ସବୁ ହୁଅନ୍ତି ଦୁର୍ବଳ ପ୍ରତ୍ୟେକ
ଜୀବନର ଏ ସମୟ ଅଟେ ମହା ଦୁଃଖ
ବାର୍ଦ୍ଧକ୍ୟ ସେ ବାର୍ଦ୍ଧକ୍ୟ
ଗୀତା ଭାଗବତ ଶୁଣିବାରେ ମିଳେ ସୁଖ
ଜୀବନର ଅନ୍ତ ଏହା ଅନ୍ତିମ ଦୃଶ୍ୟ ଏହା
ବଞ୍ଚିବା ମରିବାର ସ୍ଵଳ୍ପ ମୁହୂର୍ତ୍ତ ଏହା
ଭୁଲି ସବୁ ଚିନ୍ତା ଭୁଲିଯାଏ ସ୍ମୃତି ସବୁ
ଭୁଲିଯାଇଥାଏ ଜୀବନ ର ଲକ୍ଷ୍ୟ
ବାର୍ଦ୍ଧକ୍ୟ ସେ ବାର୍ଦ୍ଧକ୍ୟ ।
