STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ବାପୁ,ଫେରି ଆସି ଦେଖ

ବାପୁ,ଫେରି ଆସି ଦେଖ

3 mins
176


ହେ ବାପୁ, ଫେରି ଆସି ଦେଖ ଆଜିର ଭାରତ

ଦେଖିଲେ ହିଁ ବୁଝି ପାରିବ ତୁମ ସ୍ୱପ୍ନର ଭାରତ   

ସ୍ବାଧିନ ଦେଶ ର ଅଧିବାସୀ,ଆମେ ଭାରତୀୟ

ବିଶ୍ଵ ଦରବାରେ ଭାରତୀୟ ବୋଲି ଆମ ପରିଚୟ

ସ୍ବାଧିନ ଭାରତ ଧ୍ଵଜା ତ୍ରିରଙ୍ଗା, ଉଡୁଅଛି ଫରଫର

କେତେ ସଂଘର୍ଷ ଓ ବଳିଦାନ ପରେ ଖୁସିର ଖବର

ପରାଧିନତା ଫାଶ ରୁ ମୁକ୍ତ ହୋଇ ଭାରତ ସ୍ୱାଧୀନ

ବିକାଶ ପ୍ରଗତି ର ନୀତି ଯୋଜନା ହୁଏ ପ୍ରଣୟନ।

ତ୍ରିରଙ୍ଗା ଆମର ଗର୍ବ,ଭାରତୀୟ ଆମ ପରିଚୟ

ସୁରକ୍ଷା ପାଇଁ ସୈନ୍ୟ-ବାହିନୀ ସଦାସର୍ବଦା ସହାୟ

ଭାରତ ମାତା ର ସୁରକ୍ଷା ପାଇଁ ଆମେ ଚିନ୍ତା ମୁକ୍ତ

ଜଳ ସ୍ଥଳ ଆକାଶ ବାହିନୀ ସଦା ସର୍ବଦା ପ୍ରସ୍ତୁତ

ଆମ ଦେଶ ର ଶାସନ ଆମ ହାତରେ ଚାଲୁଛି

ସ୍ବାଧିନ ଦେଶର ଅଧିବାସୀ ବୋଲି ଗର୍ବ ହେଉଛି।।



ଉନ୍ନତି ମୁଳକ କାର୍ଯ୍ୟ ରେ ଭାରତ ମାତା କି ଜୟ

ଖୁସି ମୁହୂର୍ତ୍ତରେ ବି କହୁଅଛୁ ଭାରତ ମାତା କି ଜୟ

ସ୍ବାଧିନତା ଓ ସ୍ୱତନ୍ତ୍ରତା ଦିବସ ପାଳନ

ପ୍ରତି ପୁର ପଲ୍ଲୀରେ ହୁଏ ଆୟୋଜନ

ବିଧିବଦ୍ଧ ଭାବେ ପାଳନ୍ତି ପ୍ରତି ଶିକ୍ଷାନୁଷ୍ଠାନ

ବିଭିନ୍ନ ପ୍ରତିଯୋଗିତା ବି ହୁଏ ଆୟୋଜନ

ରାଷ୍ଟ୍ରୀୟ ଧ୍ଵଜା କୁ କରାଯାଉଛି ଉତ୍ତୋଳନ

ରାଷ୍ଟ୍ରୀୟ ସଙ୍ଗୀତ ମାଧ୍ୟମରେ ହୁଏ ଅଭିବାଦନ

ପତାକା ଉତ୍ତୋଳନ ସହ ନେତାଙ୍କ ଭାଷଣ

ଦେଶର ଉନ୍ନତି ଓ ବିକାଶ ପୁରାଣ ଗାୟନ

ଫାଙ୍କା ପ୍ରତିଶୃତି ର ସୁଦୀର୍ଘ ଭାଷଣ

କମ୍ପି ଉଠେ ଗଗନ ପବନ ଶୁଣି ସେ ଗର୍ଜନ।।



ପରାଧିନତା ରୁ ମୁକ୍ତି ପାଇ ଏ ଭାରତ ମାତା

ଚାହିଁଥିଲ ତୁମେ ରାମ ରାଜ୍ୟ ଭଳି ଶାସନ କରତା

କ୍ଷମତା ବଳରେ ସବୁ ଶାସକ ହେଲେ ବଳୀୟାନ

ନିଜ ସ୍ବାର୍ଥ ଚିନ୍ତା ସହ ରାଜା ଭଳି ଜୀବନଯାପନ

ଫମ୍ପା ଭାଷଣ ଓ ପ୍ରତିଶୁତି ସହ କ୍ଷମତା ହାସଲ

ପରେ ବିକାଶ ଯୋଜନା,ପୁଣି ହେଲେ ମାଲାମାଲ୍ 

ଗରିବ ଶବ୍ଦ ର ନାମ ବିକାଶ ସହିତ ଯୋଡି

ବାଟମାରଣା ହେଉଛି ଯୋଜନା ର ପେଢ଼ୀ 

ଯା' ର ଲାଭ ବେଶି,ସେଇ ହିଁ ଖୁସି,ଖୁସିର ଜୀବନ

ଅନ୍ୟ ମାନେ ଚାହିଁଛନ୍ତି ଆସିବ ଆପେ ଆଚ୍ଛା ଦିନ।


ପରିବେଶ ସମ୍ପୂର୍ଣ୍ଣ ବଦଳି ଯାଇଛି,ଯାଉଛି

ଜଙ୍ଗଲ ପାହାଡ ସବୁ ସମତୁଲ ହେଉଅଛି

ଜଙ୍ଗଲ ରୁ ଗଛ କାଟି ସଫା, ଜୀବ ଜନ୍ତୁ ଲୋପ

ପାହାଡରୁ ପଥର ବୋହି ନେଇ ପାହାଡ ବିଲୋପ

କଳ କାରଖାନା ର ବର୍ଜ୍ୟ ବସ୍ତୁ ଜଳ ରେ କ୍ଷେପଣ

ନଦୀ ଜଳ ଦୂଷିତ ସହ ,ଦୂଷିତ ମାଟି ପାଣି ପବନ

ପବନ ରେ ଧୂଆଁ ଆଉ ଧୂଳି ଉଡେ ଫର ଫର

ଋତୁ ଚକ୍ରରେ ବି ଆଜିକାଲି ପରିବର୍ତ୍ତନ ର ସ୍ୱର

ଠିକ୍ ସମୟ ରେ ଆଉ ହେଉ ନାହିଁ ବର୍ଷା

ଅଚାନକ କେଉଁଠି ବାଦଲ ଫାଟି ପ୍ରବଳ ବର୍ଷା

ପ୍ରବଳ ବର୍ଷା ପରେ,ବାତ୍ୟା ପରି ପାଣି ଆଉ ପାଣି

ଧନ ଜୀବନ ହାନିର ହୃଦୟ ବିଦାରକ କାହାଣୀ

ଯେଉଁଠି ବର୍ଷାର ପାଣି ବୁନ୍ଦା ନାହିଁ,ମରୁଡି ସେଇଠି

ପାଣି ପାଇଁ ହାହାକାର ହୁଏ କେଉଁଠି ନା କେଉଁଠି

ମଣିଷ କୃତ ବନ୍ୟା ର ଭ୍ରମ ଟିକିଏ ବର୍ଷାରେ

ମୁମ୍ବାଇ ଚେନ୍ନାଇ ଆଉ ଦିଲ୍ଲୀ ସହରରେ

ବର୍ଷା ହେଲେ ଜଳ ବଳୟ ଭିତରେ ସହର

ଜଳ ନିଷ୍କାସନ ପଥ ଅବରୋଧ ହୋଇଛି ସେଠାର

ସହରୀ ବିକାଶ ନାଁ ରେ,ବିକାଶ ଜଳ ବଳୟର।।


ସମାଜରେ କୁସଂସ୍କାର ଏବେ ବି ରହିଛି

ଦେବୀ ଆରାଧନା ଆଢ଼ୁଆଳେ ପଶୁବଳି ହେଉଅଛି

ଧର୍ମ ନାମରେ ବେପାର ବଣିଜ ଚାଲିଛି

ଧାର୍ମିକତା ର ମୁଖା ପିନ୍ଧି ଭଣ୍ଡ ବାବା ବୁଲୁ ଅଛି

ତନ୍ତ୍ର ମନ୍ତ୍ର ଆଢ଼ୁଆଳେ ଶୋଷଣ ଚାଲିଛି

ଭାଇଚାରା ମନୋଭାବ କ୍ଷୁର୍ଣ୍ଣ ହେଉଅଛି।।


ଶିକ୍ଷା ନାମରେ ମାଳମାଳ ଅନୁଷ୍ଠାନ

ଶିକ୍ଷା ଶେଷ ରେ ବେକାରୀ ଜୀବନ

ନୈତିକ ଶିକ୍ଷା ନାହିଁ ଶିକ୍ଷା ଅନୁଷ୍ଠାନେ

ଶିକ୍ଷିତ ଯୁବକ ବୁଲୁ ଅଛି ଏଣେତେଣେ

ଜୀବିକା ବିହୁନେ ଜୀବନ କଦର୍ଯ୍ୟ

ଶିକ୍ଷିତ ଯୁବକ କରୁଛି ଦେଶ-ଦ୍ରୋହି କାର୍ଯ୍ୟ।।


ମା,ଝିଅ,ବୋହୂ ଅସୁରକ୍ଷିତ ଘରେ ଓ ବାହାରେ

ଯୌତୁକ ଜନିତ ନିର୍ଯ୍ୟାତନା ଚିତ୍ର ପ୍ରତି ମୁହୂର୍ତ୍ତରେ

ପାପୀ ର ଲୋଲୁପ ଦୃଷ୍ଟିରେ ଝିଅ,ମା ଓ ଭଉଣୀ

ବଳାକ୍ରାର ର ଶିକାର ପ୍ରତି ମୁହୂର୍ତ୍ତରେ ପୁଣି

ଦେହ ର ଭୋକ ପାଇଁ ଅନୈତିକ କାର୍ଯ୍ୟ

ବଞ୍ଚି ଥାଉ ଥାଉ ମରିବା ସମାନ, ଜୀବନ କଦର୍ଯ୍ୟ।


ହାତ ଗୁଞ୍ଜା ବିହୁନେ ଅଫିସ କାମ ଆଗକୁ ଯାଉନି

ମାଳମାଳ ସ୍ଲୋଗାନ ସତ୍ତ୍ଵେ ଦୁର୍ନୀତି ହଟୁନି

ସବୁ ଥିଲା ବାଲାଙ୍କ ପାଖରେ ରେଶନ କାର୍ଡ ରହୁଛି

ଋଣ ଛାଡ ଫାଇଦା ଜମିଦାର-ମାଲିକ ପାଉଛି

ଯୋଜନା କେବଳ ଚାଷୀଙ୍କ ନାମରେ ହେଉଛି

ମହାପାତ୍ର ମାନେ ମାରି ନେଉଛନ୍ତି,ଚାଷୀ ଚାହିଁଛି।।


ନ୍ୟାୟ ବିଚାରଣ ଧାରା ସବୁଠୁ ବେଦନା ହେଉଛି

ବର୍ଷ ବର୍ଷ ଧରି ନ୍ୟାୟିକ ପ୍ରକ୍ରିୟା ଚାଲୁ ରହୁ ଅଛି

ନ୍ୟାୟ ମିଳିବା ଆଗରୁ ପିଣ୍ଡ ଥାଇ ପ୍ରାଣ ଉଡୁଛି

ଅର୍ଥ ଆଉ ବାହୁବଳୀ ଆଢ଼ୁଆଳେ ସବୁ ହେଉଅଛି

ଦୋଷୀ ନିର୍ଭୟରେ ଖୋଲା ରେ ଘୁରି ବୁଲୁ ଅଛି

ଅର୍ଥ ଲାଳସାରେ କଳା କୁ ଧଳା ଓକିଲ କରୁଛି।।


ତ୍ରିରଙ୍ଗା ଉଡୁଛି ପ୍ରତି ସରକାରୀ କାର୍ଯ୍ୟାଳୟେ

ତ୍ରିରଙ୍ଗା ଉଡୁଛି ପ୍ରତି ଅଫିସ୍ ଓ ନ୍ୟାୟାଳୟେ

ତ୍ରିରଙ୍ଗା ପତାକା ତଳର ଶପଥ ଲୁଚି ଯାଇଅଛି

ଦୁର୍ନୀତି ଦେଖି ଭାରତ ମାତା ଗୁମୁରି କାନ୍ଦୁଛି।।


ହେ ବାପୁ,ଗୋଟିଏ ମାର ଆମେ ସନ୍ତାନ


ଭାରତ ମାତା ଆମ ମା,ଆମେ ସଭିଏଁ ସନ୍ତାନ


ଏକାକୀ ଯାଉଥିବା ମା ଭଉଣୀ ଓ ଝିଅ ବି ସନ୍ତାନ


ଅସହାୟ ଅବସ୍ଥାରେ ନାରୀ କରେ ନିବେଦନ


ପ୍ରାଣ ଦେଇ ରକ୍ଷା କରିବାକୁ ନାହିଁ କାହାର ପଣ


ଅକାଳରେ ଯାଉ ଅଛି କେତେ ନିରୀହ ଜୀବନ


କିଏ ବା ପରୀ,ବାପା ଚାହିଁଅଛି ଫେରିବାର କ୍ଷଣ


କିଏ ବା ସାଥୀ,ସ୍ବାମୀ ଦେଖୁଅଛି ଫେରିବାର କ୍ଷଣ


କିଏ ମା, ପିଲାଏ ଭାବୁଛନ୍ତି ମା ଆସିବ ଏକ୍ଷଣ


ଜାଣି ହେଉନି, ଫେରୁଛି ଶରୀର ନ ଥାଉଛି ପ୍ରାଣ


ନେତା ଘରେ ରହି କହୁଛି ଆପଣ ମାନେ ଖୁସି ତ!!


ମୁଖ୍ୟ ନେତା ବି କହୁଛି ଆଛା ଦିନ ଆସିବ ତ୍ୱରିତ!




ଆସ ବାପୁ, ରାଷ୍ଟ୍ରୀୟ ଧ୍ଵଜା ତଳେ ହେବା ଏକତ୍ରିତ


ଆସ ବାପୁ,କରିବା ଶପଥ,ଦେଶ ରହୁ ସୁରକ୍ଷିତ


ଆଉ ନ କାନ୍ଦୁ ଭାରତମାତା,ହେଉ ଜୟ ଆଉ ଜୟ


ଏକ ସ୍ଵରରେ କହିବା ଆସ,ଭାରତ ମାତା କି ଜୟ।





Rate this content
Log in

Similar oriya poem from Abstract