Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Tragedy Inspirational Others

4  

Prabhati Mahapatra

Tragedy Inspirational Others

ବାପାଙ୍କ ଅବଦାନ

ବାପାଙ୍କ ଅବଦାନ

1 min
204



ଜୀବନ ମରଣ ଈଶ୍ଵରଙ୍କ ଦାନ

ସକଳେ ବୋଲନ୍ତି ଯେବେ

ମୋର ମାନସରେ ବାରଂବାର ଭାସେ

ଜନ୍ମଦାତା କଥା ଭାବେ ।

ସ୍ବର୍ଗ ସମ ମନ ଅତ୍ୟନ୍ତ ପବିତ୍ର

ସନ୍ତାନ ମଙ୍ଗଳ ପାଇଁ

ବଜ୍ର ସମ ଶକ୍ତି ଭବିଷ୍ୟତ ନେଇ

କଠୋର ଶାସନ ଦେଇ ।

ଜାହ୍ନବୀ ଯେସନେ ମନର ସ୍ଵଚ୍ଛତା

ଜଗତରେ ଶ୍ରେଷ୍ଠ ପିତା

ସନ୍ତାନ ଶିରକୁ ଶିତଳ ବାହୁରେ

ବଞ୍ଚାଇ ରଖନ୍ତି ସତ୍ତା ।

ପିତା ଦଶରଥ ରାମ ନାମ ଝୁରି

ତ୍ୟାଗୀଲେ ଅମୂଲ୍ୟ ପ୍ରାଣ

ଝଡ ବରଷାରେ ପିତା ବସୁଦେବ

କୃଷ୍ଣ ପାଇଁ କଲେ ରଣ ।

ପିତା ଯେ ସର୍ବଦା ସନ୍ତାନର ଜ୍ୟୋତି

କୁପୁତ୍ର ଜ୍ଞାତରେ ନାହିଁ

ଯେହ୍ନେ ଉଗ୍ରସେନ କଥାକୁ ନମାନି

କଂସର ଜଳିଲା ଜୁଇ ।

ପିତୃ ଉପକାର କିଏ ସୁଝାଇବ

ସେତ ଅସରନ୍ତି ଋଣ 

ପିତା ତ ଚାହେଁନା ପରିଶୋଧ ହେଉ

ପୁତ୍ର ତାର ଜୀବ ଧନ ।



Rate this content
Log in

Similar oriya poem from Tragedy