ବାଇଶି 'କ' ପଣକିଆ ଗୀତ
ବାଇଶି 'କ' ପଣକିଆ ଗୀତ
ବାଇଶି ଏକେ ବାଇଶି,
କି ଖରା ହେଉଛିରେ ବେଶୀ l
ବାଇଶି ଦୁଗୁଣେ ଚଉରାଳସି,
ମୁଣ୍ଡରୁ ଝାଳ ପଡୁଛି ଖସି l
ବାଇଶି ତିରିକି ଛଷଠି,
ଅଠା ଅଠା ଲାଗୁଛି ମୋ ପାଟି l
ବାଇଶି ଚଉକୁ ଅଠାଅଶୀ,
ଝାଳ ସବୁ ପୋଷାକରେ ଯାଏ ମିଶି l
ବାଇଶି ପଞ୍ଚା ଶହେ -ଦଶ,
ଦେହରୁ ଝରେ ସୁଗନ୍ଧ ବାସ l
ବାଇଶି ଷୋକୋ ଶହେ - ବତିଶୀ,
ଝାଳ ପୋଛି ଯାଏ ଦିବାନିଶି l
ବାଇଶି ସତା ଶହେ -ଚଉବନ,
ଘିମିରି ରାମ୍ପି ରାମ୍ପି ଯାଏ ଦିନ l
ବାଇଶି ଅଷ୍ଟା ଶହେ -ଛଅସ୍ତରୀ,
ଡହକ ବିକଳ ଲାଗୁଛି ଭlରି l
ବାଇଶି ନୂଆଁ ଶହେ - ଅଠାନବେ,
ଖରା ଦିନ ଶୀଘ୍ର ଯିବ କେବେ l
ବାଇଶି ଦଶା ଦୁଇ ଶହ -କୋଡିଏ,
ନଡ଼ିଆ ବାଡେଇବି ମୁଁ ଯୋଡିଏ l