Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Others Children

3  

Bharatabandhu Biswal

Others Children

ଶୀତରାତି

ଶୀତରାତି

1 min
181



ଥୁରୁଥୁରେଇ  ନଇଁ ବୁଢ଼ୀଟି

   ଚାଲଇ ଥିରି ଥିରି

ନାଆଁଟି ତାର  ଶୀତମାଉସୀ

   ଶୁଏ ବିଛଣା ପାରି ।

ଘୋଡାଇ ହୁଏ  କତରା ହେ°ସ

    ତାପଇ ନିଆଁରଡ଼

ଘୋଡ଼ା କମ୍ବଳ   ଲାଗଇ ସୁଖ

    ଉଷୁମ ରଖେ ଦେହ ।

ଦେଖିଲେ ଚାହା  ଗରମ କଫି

    ପାଟିରୁ ଗଡେ ଲାଳ

ବାଦାମ ଚଣା   ଗରମ ଭଜା

     ଚୋବାଏ କଡ଼ମଡ଼ ।

ଫୁଲ ଚାଙ୍ଗୁଡି   ହାତରେ ଧରି

     ମନ୍ଦିର ଯାଏ ବୁଢ଼ୀ

ଗୋଲାପ ଗେଣ୍ଡୁ  ତୋଳି ସରାଗେ

     ମାଳାକୁ ଦିଏ ଗୁନ୍ଥି ।

କୋହଲା ପାଗେ   ବଢ଼ଇ ଜାଡ଼

     ଶୀତରାତିଟି ବଡ଼

ସକାଳ ହେଲେ  କୁହୁଡ଼ି ଢାଙ୍କେ

     ଦିଶେନି ବାଟଘାଟ ।

ଚାଲି ପାରେନି  ଶୀତ ମାଉସୀ

      ହୁଅଇ ଲଡ଼ବଡ଼

ଅନ୍ୟଙ୍କୁ କହେ  ଯାଅରେ ପିଲେ

    ବାହାରେ ଖେଳବୁଲ ।

ବଣଭୋଜିରେ    ବହୁତ ମଜା

     କରରେ ଭୋଜିଭାତ

ଆନନ୍ଦ ହୁଅ    ଖୁସିରେ ରୁହ

     ଯେତିକି ଦିନ ଅଛ ।

    


Rate this content
Log in