STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ବାହାନା

ବାହାନା

1 min
257

ଅବସର୍ଣ୍ଣ ଏ ପୃଥିବୀ,

ବିଷର୍ଣ୍ଣ ଏ ମୌସୁମୀ,

ସବୁ ଜାଣିଲା ପରେ ବି,

ଛବି କିନ୍ତୁ ଆଂକୁଛି,

ବରଷିବ ବୋଲି ଜାଣି,

ଦଗ୍ଧ ବୈଶାଖରେ,

ସ୍ମୃତିକୁ ମୁଁ ଖୋଜୁଛି..!

ବିସ୍ମୃତ ଶ୍ରାବଣ ଜାଣି ବି,

ନିର୍ଝରରେ ଭିଜୁଚି,

ତୁମ ଦିଆ ଠିକଣାରେ 

ଚିଠି ମୋ 'ଫେରୁଛି,

ସବୁ ଶବ୍ଦ କହି ହୁଏନି,

କିଛି ରହେ ନିଃଶବ୍ଦ,

ଶବ୍ଦର ଗଭୀରତା ବି,

ଅର୍ଥ ପୂର୍ଣ୍ଣ ଲାଗୁଛି..!

କଣ କହି ବଖାଣିବି ମୁଁ,

ନୀରବତା ସୃଜୁଛି,

କହିପାରୁ ନାହିଁ ହେଲେ,

ବାହାନା ମୁଁ କରୁଛି,

ବିଭୋର ଏଇ ବୈଶାଖ,

ବୈଦୁର୍ଯ୍ୟ ମୁଁ ମାଖୁଛି,

ତୁମେ ସେ ମାଧୁର୍ଯ୍ୟ ମୁଁ,

ଭରଷାରେ ବଂଚୁଛି..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance