ବାହାନା
ବାହାନା
ଅବସର୍ଣ୍ଣ ଏ ପୃଥିବୀ,
ବିଷର୍ଣ୍ଣ ଏ ମୌସୁମୀ,
ସବୁ ଜାଣିଲା ପରେ ବି,
ଛବି କିନ୍ତୁ ଆଂକୁଛି,
ବରଷିବ ବୋଲି ଜାଣି,
ଦଗ୍ଧ ବୈଶାଖରେ,
ସ୍ମୃତିକୁ ମୁଁ ଖୋଜୁଛି..!
ବିସ୍ମୃତ ଶ୍ରାବଣ ଜାଣି ବି,
ନିର୍ଝରରେ ଭିଜୁଚି,
ତୁମ ଦିଆ ଠିକଣାରେ
ଚିଠି ମୋ 'ଫେରୁଛି,
ସବୁ ଶବ୍ଦ କହି ହୁଏନି,
କିଛି ରହେ ନିଃଶବ୍ଦ,
ଶବ୍ଦର ଗଭୀରତା ବି,
ଅର୍ଥ ପୂର୍ଣ୍ଣ ଲାଗୁଛି..!
କଣ କହି ବଖାଣିବି ମୁଁ,
ନୀରବତା ସୃଜୁଛି,
କହିପାରୁ ନାହିଁ ହେଲେ,
ବାହାନା ମୁଁ କରୁଛି,
ବିଭୋର ଏଇ ବୈଶାଖ,
ବୈଦୁର୍ଯ୍ୟ ମୁଁ ମାଖୁଛି,
ତୁମେ ସେ ମାଧୁର୍ଯ୍ୟ ମୁଁ,
ଭରଷାରେ ବଂଚୁଛି..!