STORYMIRROR

Satyanarayan Sahoo

Abstract Classics Fantasy

3  

Satyanarayan Sahoo

Abstract Classics Fantasy

ବାବା ଗଞ୍ଜଡାନନ୍ଦ

ବାବା ଗଞ୍ଜଡାନନ୍ଦ

3 mins
197


ଆଗିରାପୂର୍ଣ୍ଣମି ଦିନ କାଳୀ ଅନ୍ଧାର ରୁ ଶର୍ଯ୍ୟା ତ୍ୟାଗ କରି ନୂତନ ଭାବେ ଗଠିତ ଚେଲା ମଣ୍ଡଳୀ କୁ ନେଇ ପ୍ରାତ କାଳ ରେ ବାହାରି ପଡିଲେ , ବାବା ଗଞ୍ଜଡା ନନ୍ଦ ଜୀ ମହାରାଜ , କେଉଥିକି ନାଁ , ଧୂନି ସ୍ଥାପନା ପାଇଁ । ଗାଆଁ ଚାହାଳୀର ଅପର ପାର୍ଶ୍ଵ ରେ ଥିବା ବିରାଟ କୁସୁମ ଗଛ ତଳ ରେ ନିଆଁ ଜଳାଇ ବସି ପଡ଼ିଲେ । ପାହାନ୍ତି ପାହାନ୍ତି ପହର ରେ ଏବେ କେହି ଉଠି ନାହାଁନ୍ତି । ଏବେବା କିଏ ଦେଖୁଛି ! ଗାଁ ଲୋକ ବାକ ମାନଙ୍କ ର , ପେଚା ରାବିଲେ ନିଦ ଭାଙ୍ଗି ଥାଏ । ଗଛ ତଳେ ବସୁ ଥିବା ସ୍ଥାନ କୁ ଲାଗି ବିରାଟ ବଡ଼ ବୁଦା ରହିଛି ।

ସେଇ ବୁଦା ମଧ୍ୟରେ ପତଳା ରାସ୍ତା ଟିଏ କରା ଯାଇଥାଏ । କେଉଁ ଠିକୁ ନା , ଧୂନି ସ୍ଥାପିତ ହୋଇ ଥିବା ସେହି ସ୍ଥାନକୁ । ଯେଉଁଠାରେ ଚେଲା ଜଣେ ବସେ । ଲୋକ ବାକ ମାନେ ବର ପାଇଁ

ବିକଳ ହେଇ ବାବା ଙ୍କ ଖୁଶାମତ୍ ରେ ଲାଗି ଲାଗି ଥକି ପଡ଼ିଲେ । ବାବା ସେମାନଙ୍କ ଉପରେ ଦୟା କରି ଅଗ୍ନି ଦେବତାଙ୍କୁ ଗୁହାରୀ ଜଣାଇବା ଆରମ୍ଭ କରନ୍ତି । ବାବା କହନ୍ତି , ଆଜ୍ଞା ଧୁନିଜୀ , ୟହ, ବେଟାକୁ , ଦୟା କୀଜିଏ । ପ୍ରସନ୍ନ ହୋଇଏ ଧୁନୀଜୀ । ଏହାପରେ ଧୂନି ସ୍ଥାପିତ ହୋଇ ଥିବା ସ୍ଥାନ ତଳରେ ବସିଥିବା ଚେଲାଟି । ମେଇଁ ବର ଦୀୟା ହୁଁ । ମେଇଁ ବର ଦୀୟା ହୁଁ ।

ମେଇଁ ବର ଦୀୟା ହୁଁ । ମେଇଁ ବର ଦୀୟା ହୁଁ । ମେଇଁ ବର ଦୀୟା ହୁଁ । ମେଇଁ ବର ଦୀୟା ହୁଁ । ମେଇଁ ବର ଦୀୟା ହୁଁ ।ମେଇଁ ବର ଦୀୟା ହୁଁ ।

ଏହିପରି ୮-୧୦ ଥର କହିବା ପରେ ଯାଇ ପରିସ୍ଥିତି ଶାନ୍ତ ପଡେ । ଏହି ବର ଦିୟାହୁଁ ଶଦ୍ଦ ଟି କେଉଁଠୁ ଆସିଲା କେଉଁ ସ୍ଥାନରୁ ଶୁଭୁଚି

ଶବ୍ଦ ବିଶ୍ଳେଷଣ କଲେ ତାହା ଠିକ୍ ନିଆଁ ଭିତରୁ ତାହା ଆସୁ ଥିବା ର ଜଣା ଯାଏ ।

ସେଦିନ ଗଞ୍ଜେଇ ନିଶାରେ ଚୂର୍ ହୋଇ ଚେଲା ଓ ବାବା ଉଭୟଙ୍କ କାଣ୍ଡ ଜ୍ଞାନ ସମ୍ପୂର୍ଣ ଲୋପ ପାଇ ଯାଇ ଥାଏ । ଫଳରେ ବାବା ଯେତେ  ଉଚ୍ଚ ସ୍ୱର୍ ରେ ଅଗ୍ନିଙ୍କୁ ଗୁହାରୀ ଜଣାଇବା ପରେ ବି ନିଆଁ ଭିତରୁ କୌଣସି ପ୍ରକାର ସ୍ୱର ଶଦ୍ଦ କିଛି ନ ବାହାରି ବାରୁ ଲୋକେ ଭାବିଲେ,  ଅଗ୍ନି ଦେବ କୁପିତ ହୋଇ ପଡ଼ି ଛନ୍ତି । ନହେଲେ ଦି ' ଚାରି ଜଣ ଲୋକ ଙ୍କୁ ବର ଦେବା ପାରେ କାହିଁକି

ବରଦିଆ ବନ୍ଦ କରି ଦେଲେ । ଲୋକ -ବାକ ହଠାତ୍ ତତସ୍ଥ ହେଇ ଉଠିଲେ । ଏହାପରେ ଧୂନି ସ୍ଥାପିତ ସ୍ଥାନ ରେ ଅଧିଆ ପଡ଼ି ଡକା ପାଡ଼ି ଧୂଳିରେ

ଗଡିବା ଆରମ୍ଭ କରି ଦେଇ ଛନ୍ତି । ଯେ , ହେତୁ ବାବା ଗଞ୍ଜଡା ନନ୍ଦ ଓ ଚେଲା ଚିଲିମା ନନ୍ଦ ଉଭୟେ ନିର୍ଦ୍ଧୁମ ନିଶାରେ ଥିଲେ , ତେଣୁ ତାଙ୍କର କୌଣସି ପ୍ରକାର ହିତାହିତ ଜ୍ଞାନ ଲୋପ ପାଇ ଯାଇ ଥାଏ । ହଠାତ୍ ବାବା ରାଗି ପାଚି ଲାଲ ହୋଇ ଗଲେ । ଧୁନି ଜୀ ବର ପ୍ରଦାନ କରି ବା ବନ୍ଦ କାହିଁକି କଲେ ବୋଲି ଧୂନି ଜୀଙ୍କୁ ପୁଛା କରନ୍ତେ ବି , ସେହି ଧୂନି ଜୀଇ କିଛି ହେଲେ କହି ଲେ ନାହଁ । ଏଣୁ ବାଧ୍ୟ ହୋଇ ବାବା ପ୍ରଚଣ୍ଡ କ୍ରୋଧରେ ପ୍ରଜ୍ଜଳିତ ହେଲେ । ହାତରେ ଧରିଥିବା ଗରମ ବିଶାଳ କାୟ ଚିମୁଟା ଟିରେ ଧୁନିଜୀଙ୍କୁ ଆଘାତ କଲେ । ଫଳରେ ଧୂନି ସ୍ଥାପିତ ସ୍ଥାନଟି ଗଳି ପଡ଼ିଲା ତଳରେ ଚେଲଟି ବସିଥିବା ଗାତ ଭିତରେ ।ପରେ ବାବା ତାକୁ ଉଦ୍ଧାର କରିବାକୁ ଡେଇଁ ଗଲେ ଗାତ ମଧ୍ୟକୁ ।

ପରେ ଅଗ୍ନି ଦେବ କୁପିତ ହେଇ ଉଭୟ ଙ୍କୁ ଗ୍ରାସ କରିବାରେ ଲାଗି ପଡିଛନ୍ତି । ଲୋକ ମାନେ ଦୂରରେ ରହି ରଡି ଓ ଘୋର ଅନ୍ଧକାର

 ମଧ୍ୟରେ   ଜୋରରେ ସଭିଏଁ କେବଳ କୁହାଟ ଛାଡ଼ି ବାରେ ଲାଗି ପଡିଛନ୍ତି । ହେଇ ହେଇ ହୈ ରେ ଅନ୍ଧକାର ରେ ଅଗ୍ନି ଦେବ ଅର୍ବିଭୂତ୍ ହେଲେଣି । ଅଗ୍ନି ଦେବତା ବିଜେ କଲେଣି । ଏହି ପରି ଅନେକ ଲୋକ ହୁରି ପକାଇ କୁହାଟ ଛାଡ଼ି ବାରେ ଲାଗି ପଡିଛନ୍ତି । କିଛି ସମୟ ପରେ ଉତ୍କଟ ମଡା ପୋଡିବାର ଗନ୍ଧ ଆସିବାରୁ , କିଏ ଜଣେ କହି ଦେଲା ଆରେ ରେ, ଅଗ୍ନି ଦେବତା ବାବା ଙ୍କୁ ଖାଇ ଗଲେଣି । ଅନ୍ୟ ମାନେ କହିଲେ ଏବେ ଆମକୁ ବି ଖାଇଦେବେ ।

ପଳାଇ ଚାଲ୍ । ପଳାଇ ଚାଲ୍ ।

ହରି ବୋଲ ! ହରିବୋଲ ! ହୁରିରେ ସମ୍ପୃକ୍ତ ସ୍ଥାନଟି ମୁଖରି ତ ହେବା ସହିତ କ୍ରମେ ଧୀରେ ଧୀରେ ଲୋକ ବାକ ମାନେ ପଳାଇ ବାକୁ ଲାଗିଲେ ।


Rate this content
Log in

Similar oriya poem from Abstract