STORYMIRROR

jyotsna mayee panda

Tragedy

2  

jyotsna mayee panda

Tragedy

ଅଵ୍ୟର୍ଥ ରୋଦନ

ଅଵ୍ୟର୍ଥ ରୋଦନ

1 min
144

ବସନ୍ତ ମେଲାଣି ନେଲା ମୋ ହୃଦୟ କନ୍ଦରୁ 

ଶୁଭେନି କୋକିଳ ସ୍ଵନ ଆଉ ମୋ ହୃଦରୁ..... 

ବହୁ ନାହିଁ ଆଜି ସେଇ ସ୍ନିଗ୍ଧ ଶୀତଳ ସମୀର 

ଅବସାନ ହୁଏ ଆଜି ସବୁ ମୋ ସ୍ବପ୍ନ ର.... !!

ଡାକ ନାହିଁ ଆଉ ସଖୀ ଫୁଲ ଭରା ଫଗୁଣେ.. 

ଦେହସାରା ବୋଲି ଅଶ୍ରୁ ତିନ୍ତି ଯାଏ ବିଜନେ 

ଭୁଲି ଯାଏ ସଖୀ ଆଜି ସେ ଅବିର ର ମହକ 

ଇଛା ମୋର ସେ ଅନନ୍ତ ଆକାଶ କୁ.... 

ସମ୍ପୂର୍ଣ ରୂପେ ସମର୍ପି ଦେବାକୁ ମୋ ଦେହ କୁ 

ଶୋଇବାକୁ ଚାହେଁ ସେଇ ଅଭଙ୍ଗା ନିଦ ରେ 

ଭାସିବାକୁ ଚାହେଁ ନି ସେ ଅତୀତ ର ସୁଅ ରେ !!

ଦିବା ସ୍ବପ୍ନ ସବୁ ଚୁର ମାର ହେଲାପରେ... 

କାହିଁକି ଆଉ ହଜିବି ସେ ସ୍ବପ୍ନ ସମ୍ଭାର ରେ.. !!

ଉଡିବାକୁ ଚାହେଁ ଆଜି ଶାନ୍ତି ର କପୋତ ହୋଇ 

ମିଶିବାକୁ ଚାହେଁ ସେଇ ଚିର ସ୍ନିଗ୍ଧ ମେଘ ର ମଲ୍ଲl ରେ 

ହଜିବାକୁ ଚାହେଁ ସେଇ ଦିଗହରା ଆକାଶ ବକ୍ଷ ରେ.. !!

ମୋ ପାଇଁ କାନ୍ଦ ନା ସଖୀ........ 

ଏକାକାର ହୋଇଯିବି ମୁଁ ସେ ମେଘ ର ହୃଦ ରେ 

ସୁ ସଜ୍ଜିତ ହେଲେଣି ପରା ସେ ଶ୍ୱେତ ରଥ ସବୁ.. 

କାନ୍ଦ ନା ଆଉ ସଖୀ ମୋତେ ମେଲାଣି ଦିଅ ସତ୍ତରେ... 

ସ୍ମୃତି ହୋଇ ରହିଯିବି ତୁମ ହୃଦୟ କନ୍ଦରେ.... !!

ଲୀନ ହୋଇ ଯିବି ସେଇ ଅନନ୍ତ ଆକାଶ ବକ୍ଷ ରେ.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy