Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

3  

Mamatamanjari Das

Abstract

ଅଟକି ଯାଆରେ ବାଇ ମନ

ଅଟକି ଯାଆରେ ବାଇ ମନ

1 min
145


ଅଟକି ଯାଆରେ ବାଇମନ ଟିକେ

ଏପରା ପତ୍ର ଝଡାର ବେଳ

କଣ ଆଣିଥିଲୁ କଣ୍ ନେଇଯିବୁ

ଦିନେ ସବୁର ସରିବ ଖେଳ ।


ମୋରମୋର କହି ଯାହା ସାଉଁଟୁଛି

କିଛି ବି ନୁହେଁ ତ ତୋର

ଖାଲି ହାତ କରି ଆସିଥିଲୁ ଧରାକୁ

ଖାଲି ହାତେ ଫେରିବାର ।


କାହିଁକି ବାଇଆ ହେଉଛୁରେ ମନ

ଧନପଛେ ଧାଇଁ ଧାଇଁ

ଅଟକି ଯା' ଟିକେ ପାପ ପଶରାରୁ

ଦେଖୁଛି ରେ ଜଣେ କେହି ।


ହୃଦୟକୁ ଥରେ ଉନ୍ମିଳିତ କରି

ଖୋଲି ଦେ ଜ୍ଞାନର ଚକ୍ଷୁ

ମନ ତୋର ଧନ ଅଟକି ଯିବରେ

ପାଇବୁ ତୁ' ପରମାତ୍ମା ଙ୍କୁ ।


ସମୟ ଚାଲିଛି ତୁ' ବି ଚାଲିଛୁ

ଧରି ତୋ ପାପର ପେଡି

ସମୟଟା ଯେବେ ଯିବରେ ଅଟକି

ଆତ୍ମା ଚାଲିଯିବ ପରମାତ୍ମା ପାଶେ

ସବୁ ଥିବ ଏଠି ପଡି ।


ସମୟ ସରିବା ଆଗରୁ ମନରେ

ଟିକିଏ ଅଟକି ଯାଆ

ହୃଦୟୁ ଫୋଫାଡେ ମୋହମାୟା ରଜ୍ଜୁ

ପରକୁ ଆପଣା କରି ବା ଶିଖିଯା

ଈଶ୍ବର ହୋଇବେ ସାହା ।



Rate this content
Log in

Similar oriya poem from Abstract