ଅତିଥି
ଅତିଥି
ତୁମେ,
ମୋ ଜୀବନରେ
ଧସେଇ ପଶିଥିଲ
ଅଜଣା ଆଗନ୍ତୁକରୁ
ଅତିଥି ଟିଏ ହୋଇ,
ମୋ ଜୀବନର
ସାଧା ପୃଷ୍ଠାରେ
ତୁମ ତୁଳୀରେ
ଆଙ୍କିଦେଲ
କେତେ ରକମର
ସ୍ବପ୍ନିଳ ଭବିଷ୍ୟତର ରୂପରେଖ
ନୂଆ ଆଶା ଟିଏ ଦେଇ।
ସେଥିମଧ୍ୟରୁ
ଅନେକ ଆଶା
ପୂରଣ ହୋଇଛି
ତୁମର କୁହୁକ କାଉଁରୀ ସ୍ପର୍ଶରେ,
ଆଉ ଅବଶିଷ୍ଟ
ପାଣି ଫୋଟକା ଭଳି
ମିଳାଇ ଯାଇଛି
ମୁହୂର୍ତ୍ତକ ମଧ୍ୟରେ।
ଶେଷର
ହିସାବ ନିକାଶ
ସୂଚାଇ ଦେଉଛି
ଖଟାମିଠାର ଏକ ମିଶ୍ରିତ
ଜୁସ୍ ଭଳି।
ଆଉ
ମୋ ଜୀବନର
ଆୟୁଷରୁ କାଟି ଦେଇଛ
ଏକ ବର୍ଷର ମୂଲ୍ୟବାନ ସମୟ।