STORYMIRROR

Anam Charan Sahoo

Abstract Inspirational

2  

Anam Charan Sahoo

Abstract Inspirational

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
291


ନମୋ ପ୍ରଭୁ ଗଜାନନ ଗିରିଜା ନନ୍ଦନ

ଦେବ ମଧ୍ୟେ ଅଗ୍ରପୂଜ୍ୟ ଜଗତ ବନ୍ଦନ

ପ୍ରଭୋ ପରମ ଶରଣ

ସେବୁଅଛୁ ଭକ୍ତି ମନେ ଯୁଗଳ ଚରଣ।


ବିଦ୍ଯା, ବୁଦ୍ଧି,ସିଦ୍ଧି ଦାତା ହରତା କରତା

ଅଳିକରୁ ଶ୍ରୀଛାମୁରେ ସର୍ବ ଜ୍ଞାନ ଜ୍ଞାତା

ଦୂର କର ଅନ୍ଧକାର

ଜ୍ଞାନ ଅରୁଣ ଉଦୟ ହେଉ ବିଶ୍ବେ ସାର।


କୁସଂସ୍କାର ଅବିଶ୍ବାସ ନରହୁ ମନରେ

ନାରୀ ଜାତି ପ୍ରତି ଶ୍ରଦ୍ଧା ରହୁ ମାନସରେ

ନାରୀ ସଶକ୍ତିକରଣେ

ବେନି କର ଯୋଡ଼ି ଭିକ୍ଷା ତୁମ୍ଭ ଶ୍ରୀଚରଣେ।


ପର ଉପକାର ଲାଗି ମନରେ ସାହସ

କର ଚରଣରେ ବଳ ଦିଅ ଗଣ ଈଶ

ବିଘ୍ନହର ଗଣପତି

ଶିଶୁ ମନେ ଭରିଦିଅ ବିମଳ ଭକତି।


ଗୁରୁ ମଧ୍ୟେ ପିତାମାତା ରୂପ ଦେଖୁଥିବୁ

ତାଙ୍କରି ଆଦେଶ ପାଳି ସଂସାରେ ଚଳିବୁ

ତୁଣ୍ଡେ ଘୋଷା ଗୁରୁ ନାମ

ବିଶ୍ବରେ ଅଜୟ କୀର୍ତ୍ତି ଅମଳିନ ପ୍ରେମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract