ଶ୍ରୀ ଗଣେଶ
ଶ୍ରୀ ଗଣେଶ
ନମୋ ପ୍ରଭୁ ଗଜାନନ ଗିରିଜା ନନ୍ଦନ
ଦେବ ମଧ୍ୟେ ଅଗ୍ରପୂଜ୍ୟ ଜଗତ ବନ୍ଦନ
ପ୍ରଭୋ ପରମ ଶରଣ
ସେବୁଅଛୁ ଭକ୍ତି ମନେ ଯୁଗଳ ଚରଣ।
ବିଦ୍ଯା, ବୁଦ୍ଧି,ସିଦ୍ଧି ଦାତା ହରତା କରତା
ଅଳିକରୁ ଶ୍ରୀଛାମୁରେ ସର୍ବ ଜ୍ଞାନ ଜ୍ଞାତା
ଦୂର କର ଅନ୍ଧକାର
ଜ୍ଞାନ ଅରୁଣ ଉଦୟ ହେଉ ବିଶ୍ବେ ସାର।
କୁସଂସ୍କାର ଅବିଶ୍ବାସ ନରହୁ ମନରେ
ନାରୀ ଜାତି ପ୍ରତି ଶ୍ରଦ୍ଧା ରହୁ ମାନସରେ
ନାରୀ ସଶକ୍ତିକରଣେ
ବେନି କର ଯୋଡ଼ି ଭିକ୍ଷା ତୁମ୍ଭ ଶ୍ରୀଚରଣେ।
ପର ଉପକାର ଲାଗି ମନରେ ସାହସ
କର ଚରଣରେ ବଳ ଦିଅ ଗଣ ଈଶ
ବିଘ୍ନହର ଗଣପତି
ଶିଶୁ ମନେ ଭରିଦିଅ ବିମଳ ଭକତି।
ଗୁରୁ ମଧ୍ୟେ ପିତାମାତା ରୂପ ଦେଖୁଥିବୁ
ତାଙ୍କରି ଆଦେଶ ପାଳି ସଂସାରେ ଚଳିବୁ
ତୁଣ୍ଡେ ଘୋଷା ଗୁରୁ ନାମ
ବିଶ୍ବରେ ଅଜୟ କୀର୍ତ୍ତି ଅମଳିନ ପ୍ରେମ।