STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ସ୍ପର୍ଶ

ସ୍ପର୍ଶ

1 min
242


ପରଶମଣିର ପରଶେ ଲୌହର

ରୂପାନ୍ତରେ ମିଳେ ସ୍ବର୍ଣ୍ଣ

ଗୁରୁଙ୍କ ପରଶେ ଅଜ୍ଞାନ ଅନ୍ଧାରୁ

ଶିଷ୍ୟ ହୁଏ ଗୁଣୀଜନ।

ସୁବର୍ଣ୍ଣକୁ ଚୋର ଚୋରୀ କରେ ସିନା

କଳା ଯାଦୁକରୀ ବଳେ

ଗୁଣବାନ୍ ଗୁଣ ନ ହୁଏ ହରଣ

ଯୁଗେ ଯୁଗେ ମହୀତଳେ।

ପିତାମାତାଙ୍କର ପରଶେ ସନ୍ତାନ

ସଂସାରେ ଚିର ବିଜୟୀ

ବାପ ଥିଲା ପୁଅ ସଭାରେ ହାରେନା

ମହାଜନ ଗଲେ କହି।

ମଳୟ ପରଶେ ନିମ୍ବଟି ଚନ୍ଦନ

‌ହୋଇ ଚହଟାଏ ବାସ

ଗୁଣୀଙ୍କ ପରଶେ ମୁର୍ଖ ବି ପଣ୍ଡିତ

ଅଜ୍ଞାନ ଯାଏ ବିନାଶ।

ଜଳ ବରଷିଲେ ଶୁଷ୍କ ମାଟି ଭିଜି

ଜଡରେ ସଞ୍ଚରେ ପ୍ରାଣ

କୁସୁମ ପରଶେ ପଟ ନିସ୍ତରଇ

ଦେବ ଗଳେ ଶୋଭମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract