STORYMIRROR

Anam Charan Sahoo

Romance Inspirational

2  

Anam Charan Sahoo

Romance Inspirational

ଚିଠି

ଚିଠି

1 min
224


ଦୁଇଟି ଆତ୍ମାର ସମ୍ପର୍କର ଡୋର

ଦିନେ ଥିଲା ଯେଉଁ ଚିଠି

ହଜି ଗଲାଣି ସେ ଅଜଣା ରାଇଜେ

ଖୋଜିଲେ ମିଳେନା ଏଠି।

ହୃଦୟ ବଲ୍ଲଭ ପ୍ରାଣ ପ୍ରିୟ ମୋର

ଶବଦ ମିଳେକି ଆଉ

ହାଏ,ବାଏ,ହେଲୋ ସାଧାରଣ ଏବେ

ପ୍ରୀତି ବନ୍ଧୁ ହାଉଯାଉ।

ଡାକବାଲା ସ୍ବର ଶ୍ରୁତିକି ଶୁଭିଲେ

ନବୀନା ମନ ଉଚ୍ଛନ୍ନ

ବାୟସ ରାବ ସେ ଶୁଣିଥିଲା ଆଜି

ପ୍ରିୟ ବୁଝିଲେ କି ମନ।

ହୃଦୟ ବାରତା ବୁଝି କିବା ସିଏ

ସନ୍ଦେଶ କଲେ ପ୍ରେରଣ

ଅନେକ ଦିନର ପ୍ରତୀକ୍ଷାର ଅନ୍ତ 

ବନ୍ଦୁଛି ପ୍ରିୟ ଚରଣ।

ସୁଖ ଦୁଃଖ ଭରା ବିଦେଶ ଖବର

ପ୍ରିୟତମ କୁଶଳତା

ଫେରିବେ କେବେ ସେ ମଧୁ ସପନରେ

ଲୋତକ କୁହଇ କଥା।

ସାଇତା ଚୁମ୍ବନ ଆଙ୍କି ହୋଇଯାଏ

ଗୋଲାପୀ ଅଧର ଧାରେ

ସତେ ଯେମିତିକି ପ୍ରିୟଙ୍କ ବାହୁରେ

ସୁମତି ନିଜକୁ ପାଏ।



Rate this content
Log in

Similar oriya poem from Romance