STORYMIRROR

Anam Charan Sahoo

Romance

3  

Anam Charan Sahoo

Romance

ପ୍ରେୟସୀ ବରଷା

ପ୍ରେୟସୀ ବରଷା

1 min
431


ପ୍ରେୟସୀ ମୋହର ଓଢଣୀକୁ ମେଲି

ପାଶେ ଆସେ ଥିରି ଥିରି

ସତେ ଯେହ୍ନେ ମେଘ ପାଲିଙ୍କି ଉହାଡୁ

ବରଷା ପଡୁଛି ଝରି।

ପାଦର ପାଉଁଜି ୠଣୁଝୁଣ ବାଜି

ମନ ମୋର ନିଏ ଟାଣି

ହୃଦୟେ ଚମକ ଖେଳିଯାଏ କେତେ

ଶବ୍ଦ, ବିଜୁଳି ରୋଷଣୀ।

ପୀରତି ପରଶେ ପୁଲକିତ ହୁଏ

ସର୍ବାଙ୍ଗ ଶରୀର ମୋର

ମାଟି ଭିଜିଗଲେ ବାସନା ଚହଟେ

ମିଳନର ମଧୁ ସ୍ୱର।

ତା ପ୍ରେମରେ ଭିଜା ଅଧର ରସନା

ଆନନ୍ଦରେ ଯାଏ ଭରି

ଶୁଷ୍କ ନଦୀ ନାଳ ସରସୀ ଯେମିତି

ଉଛୁଳି ଉଠଇ ପୁରି।

ଜୀବନେ ମୋହର ସାତରଙ୍ଗ ବୋଳା

ପ୍ରିୟା ରହିଥିଲେ ପାଶେ

ଗଗନେ ଯେପରି ଇନ୍ଦ୍ରଧନୁ ଶୋହେ

ବରଷାର ପରକାଶେ।



Rate this content
Log in

Similar oriya poem from Romance