STORYMIRROR

Sandhyarani dash

Children

3  

Sandhyarani dash

Children

ଅତୀତର ସ୍ମୃତି

ଅତୀତର ସ୍ମୃତି

1 min
192

କୁଳୁ କୁଳୁ ନାଦେ ମୋ ଗାଆଁର ପାଶେ

ଦେବୀ ନଦୀ ଯାଏ ବହି

ବାଲ୍ୟ କୈଶୋରର ଜୀବନସାଥି ମୋ

ଭୁଲି ମୁଁ ପାରଇ ନାହିଁ।


ବାର ହାତ ଡଙ୍ଗା ତେର ହାତ କାତ

ଏ କୂଳ ସେ କୂଳ ଯାଇ

କେତେ ଭଲ ମନ୍ଦ ଜିନିଷକୁ ରଖି

ପାରି କରିଥାଏ ନେଇ।


ସାଙ୍ଗ ସାଥି ଧରି ଆନନ୍ଦେ ପହଁରି

ସରଗାରେ ଆସୁ ଧାଇଁ

ନଦୀକୁ ଦେଖିଲେ ଆସେ ସେହି ସ୍ମୃତି

ହୃଦୟକୁ ଯାଏ ଛୁଇଁ।


ହଜି ଯାଇଛି ମୋ ସେଇ ପିଲାଦିନ

ତା ଠାରୁ ଦୂରରେ ରହି

କୈଶୋର ଯୌବନ ଅତିକ୍ରାନ୍ତ ଆଜି

ପଶ୍ଚିମ ଆସୁଛି ବହି।


ବର୍ଷ ମାସ ଦିନ ଦଣ୍ଡ ଗଡୁ ଥିବ

ନ ରହିବି ମରତ ରେ

ଥିବା ଯାଏ ସେହି ସ୍ମୃତି ନ ଭୁଲିବି

ଅନନ୍ତ ସ୍ରୋତ ମନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children