Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Romance Classics Fantasy

4.0  

Prahallad Sahoo

Romance Classics Fantasy

ଅତୀତର ପୃଷ୍ଠା

ଅତୀତର ପୃଷ୍ଠା

1 min
166


ହେ ଅତୀତ, ତୋତେ ଫେରିନପାଇବାର

ଏ ମନେ ଅନେକ ଅବଶୋଷ

ତୋତେ ଯଦି ଫେରିପାଇପାରନ୍ତି

ତୁ ଆଜି ହୋଇନଥାନ୍ତୁ ଅତୀତ

ତୋର ସେ ବକ୍ଷକୁ ରୋମନ୍ଥନ କରି

ମୁଁ ବି ହୋଇନଥାନ୍ତି ବିପର୍ଯ୍ୟସ୍ତ।


ଅନେକ ଥର ତୋ କୋଳ ଲଂଘିଛି

କ୍ଷତ ବିକ୍ଷତ ହୋଇ ପୁଣି ଫେରି ଆସିଛି

ହେ ଅତୀତ, ତୋରି ପୃଷ୍ଠଭୂମିରୁ ପାଇଛି କେବଳ -

କିଛି ଲୁହ, କିଛି ଲହୁର ସମାହାର

କିଛି ହସ, କିଛି କାନ୍ଦର ଆସ୍ତରଣ

କିଛି ଦୁଃଖ, କିଛି ସୁଖର ତରଙ୍ଗ ମାଳ

କିଛି କୃତି ଏବଂ ପ୍ରତିଶୃତିର ଇସ୍ତାହାର

କିଛି ଅଧିକାର, କିଛି କର୍ତ୍ତବ୍ୟର ସ୍ୱୀକୃତିପତ୍ର

କିଛି ଲେଖା, କିଛି ଅଲେଖା ତଥ୍ୟର ଭଣ୍ଡାର

ସେହି ଲେଖାତୀତ ତଥ୍ଯ ଆଜି ପୁରୁଣା ପୃଷ୍ଠା

ଯାହା ଲେଖି ପାରିନାହିଁ ସେ ସ୍ମୃତିର ଗନ୍ତାଘର।


ଗତକାଲି ପର୍ଯ୍ୟନ୍ତ ଯେ ଥିଲା ପ୍ରୀୟ ଅତି ଆପଣାର

ଆଜି ପାଲଟିଯାଇଛି ସେ ପୁରୁଣା ପୃଷ୍ଠା ଅତୀତର

କାଳର ନିଶୁଣି ଚଢି ତୁ ବର୍ତ୍ତମାନରୁ ହୋଇଗଲୁ ଅତୀତ,

ମୁଁ ଏଠି ଅନ୍ଧକାରମୟ ଭବିଷ୍ଯତରୁ

କ୍ଷୀଣ ଆଲୋକ ରେଖାଟିଏ ଖୋଜୁଥିବା ଦୀନ ହୀନ ପତିତ ।



Rate this content
Log in

Similar oriya poem from Romance