STORYMIRROR

Manaswini Dash

Tragedy

2  

Manaswini Dash

Tragedy

ଅତୀତର କୋଠାରଘାତ

ଅତୀତର କୋଠାରଘାତ

1 min
12

ପୂଜନୀୟ ବାପା, 

ଯନ୍ତ୍ରଣାରେ ଆଜି ଜର୍ଜରିତ ହୁଏ ମୁଁ ଅତୀତକୁ ଯେବେ ସାଉଁଟେ 

ସବୁ ପୃଷ୍ଠାରେ ତୁମରି ସ୍ମୃତି ମୋ ଜୀବନର ଗଳି ବାଟେ 

ଛୋଟବେଳେ ଯେବେ କାନ୍ଦୁଥିଲି ତୁମ ପାଶେ ନିଜ ଅଧିକାର ପାଇଁ 

ତୁମେ ବୁଝାଉଥିଲ ଆଖି ଲୁହ ପୋଛି ମୋ ନିରୀହ ମୁହଁକୁ ଚାହିଁ 

ଯେବେ ହଜାଉଥିଲି ଆତ୍ମବିଶ୍ୱାସର ରାହା, ଭାଙ୍ଗିପଡୁଥିଲି ମୁହିଁ 

ତୁମେ ଦେଉଥିଲ ଭରସା ମୋତେ, ତୋଳୁଥିଲ ପୁଣି ଆଶାର ସହସ୍ର କଇଁ 

ବିଷାଦ ପୀଡିତ ହୃଦୟରେ ଯେବେ ଜଳୁଥିଲା ଯନ୍ତ୍ରଣାର ଅଲିଭା ଅଗ୍ନି 

ତମେ ନିର୍ଵାପିତ କରୁଥିଲ ସବୁ ମୋତେ ତୁମରି କୋଳରେ ଘେନି 

ଆଜି ସିନା ମୁଁ ତମ ପାଖରେ ନାହିଁ କିନ୍ତୁ ଝୁରେ ତୁମ ସ୍ନେହ ଦିନ ରାତି 

ଅକୁହା କଷ୍ଟରେ ଦଗ୍ଧୀଭୂତ ହୁଏ , ସହିଯାଏ ସବୁ କୋହ ପଥର କରି ଏଇ ଛାତି |

ଇତି, 

ତୁମର ମାମା 



Rate this content
Log in

Similar oriya poem from Tragedy