STORYMIRROR

ସୁବ୍ରତ ରଥ

Tragedy

3  

ସୁବ୍ରତ ରଥ

Tragedy

ଅତୀତ

ଅତୀତ

1 min
222

ବୟସର ଏହି ପାହାଚରେ

ଯେବେ ଫେରିଚାହେଁ ଅତୀତକୁ ମୋର

ଭାସିଯାଏ ମେଘ ଧିରେ ଧିରେ

ଝାପସା ଦିଶୁଥିବା ସବୁ ଦିଶେ ପରିଷ୍କାର।


ମସ୍ତିଭରା ଚପଳତା ପିଲାଦିନର

ସାଙ୍ଗସାଥୀ କେତେ ଖେଳ ଧୁଳିମାଟିର 

ପୁଣି ବହେ ମଳୟ ପବନ 

ନେଇଯାଏ ଯୌବନ ଅବସ୍ଥାକୁ ମୋର।


କଳ୍ପନାର କଳାକୃତିରେ ପ୍ରେମିକାର ଛବି

ଆଷାଢ଼ର ପ୍ରଥମ ବର୍ଷା ଆଉ ଭିଜା ମାଟିର ବାସ୍ନା

ମନରେ ଅଜସ୍ର ଲହରୀ ଆଉ ଉଛୁଳା ଜୁଆର

ମନେପଡ଼େ ମିଳନର ସେ ବ୍ୟାକୁଳ ତୃଷ୍ଣା।


ଭ୍ରମରର ଚୁମ୍ବନରେ ହସିଉଠେ ଫୁଲ 

 ଅମୃତ ବେଳା ଦୁଇ ଆତ୍ମାର ମିଳନର।

ବିବାହ ବନ୍ଧନର ପବିତ୍ର ଡୋରେ

ବାନ୍ଧିଗଲୁ ଦୁହେଁ ଜନ୍ମ ଜନ୍ମାନ୍ତର।


କାଳର ଅଟ୍ଟହାସେ ଫୁଲ ଝରିପଡ଼େ

ଭଅଁର ର କରୁଣ କ୍ରନ୍ଦନ ମିଶିଯାଏ ଆକାଶରେ

ଝାପସା ଝାପସା ସବୁ ଦିଶେ 

ପାଏ ମୁଁ ନିଜକୁ ଏକା ପୁଣିଥରେ।


ଭିଜା ଭିଜା ଆଖିର ସ୍ବପ୍ନ ସବୁ

ଭାସିଯାଏ ସମୁଦ୍ରର ଉତ୍ତାଳ ଢେ଼ଉରେ

ଆକାଶରୁ ଝରେ ଲୁହ ଝର ଝର

ମନେ ଜଳୁଥିବା ସ୍ମୃତି ସବୁ ଲିଭିଯାଏ

ପାଉଁଶ ଗଦାରେ ପୁଣି ଅତୀତ ଲୁଚିଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy