STORYMIRROR

Nibedita Mishra

Tragedy Inspirational

4  

Nibedita Mishra

Tragedy Inspirational

ଅତୀତ କି ଫେରେ ?

ଅତୀତ କି ଫେରେ ?

1 min
317


କାଲି ଯାଇ ଥିଲି ସେ ଅଭୁଲା ଅତୀତର 

ସ୍ମୃତିଭରା ଗାଁ କୁ ବୁଲିବା ପାଇଁ

ଭାବିଥିଲି ଫେରେଇ ଆଣିବି

ମୋର ସେ ସ୍ମୃତି ସବୁକୁ ବୁଝେଇ। 


କେତେ ସୁନ୍ଦର ଦିଶୁଥିଲା ସେ

ଏକ ସଦ୍ଯ ପ୍ରସ୍ଫୁଟିତ କଳିକାଟି ପରି

ଜୀବନ ରାସ୍ତା ରେ ଆଗଉ ଥିଲା

ନିରିହ ନିଷ୍ପାପ ପାଦକୁ ବଢେଇ। 


ଜ୍ଞାନର ଅତଳ ତଳ ମହୋଦଧିରେ

ସେ ଏକ ଉଦ୍ଦୀୟ ମାନ ପିପାଷୁ

ଗୋଟାଉ ଥିଲା ଜ୍ଞାନ ଓ ବିଜ୍ଞାନର

ଅନେକ ଶାମୁକା ଓ ମୋତିକୁ। 


ଏକ ଅନିଶ୍ଚିତ ଭବିଷ୍ଯତର ବୃକ୍ଷରେ

ବୁଣୁ ଥିଲା ସେ ସ୍ବପ୍ନର ଅନେକ ବସା

ନିତି ଅନେକ ଅଜଣା ପରିସ୍ଥିତି ସହ

ହେଉ ଥିଲା ତା'ର ମିଳାମିଶା। 


ତାକୁ ଅନୁରୋଧ କରି କହିଲି

ମୋ ସାଙ୍ଗେ ଫେରିବା ପାଇଁ

ଅସମ୍ଭବ ଓ ବ୍ଯର୍ଥ ଏ ପ୍ରୟାସ ତୁମ

ବିଦାୟ ନେଲା ସେ ଏତିକି କହି। 


ଖାଲି ହାତେ ଫେରି ଆସିଲି ସେଠୁ

ସମୟର ଗାଡି ଯେ ଅପେକ୍ଷାରତ

ମୋତେ ମୋ ବର୍ତ୍ତମାନ ପୁରକୁ

ନେଇ ଯିବାକୁ ଥିଲା ସେ ଉଦ୍ଯତ।


ଫେରି ଆସିବା ବେଳେ ବହୁ ଦୂରରୁ 

ଶୁଭୁ ଥିଲା ଅତୀତର ସେ ଅଟ୍ଟହାସ୍ଯ

କହି ଯାଉ ଥିଲା ଯାହା କାନ ପାଖରେ

ଆରେ ...ହେ...ଅତୀତ କି କେବେ ଫେରେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy