ଅତିହିଁ ଦୁଃଖିତ ମନ
ଅତିହିଁ ଦୁଃଖିତ ମନ
ଦୁଃଖିତ ଟି ମନ ହୃଦରେ ଯନ୍ତ୍ରଣା
ମୃତ୍ୟୁଲୋକଟି ଚିନ୍ତିତ,
ଯିବେ ଚାଲିଦେବୀ କୈଳାସପୁରକୁ
ରହି ଯିବରେ ସ୍ମୃତିତ।
ତାଙ୍କ ଆଗମନେ ପ୍ରାକୃତି ସୌନ୍ଦର୍ଯ୍ୟ
ଦିଶୁଥିଲା ନୂଆ ପରି,
ଅପୂର୍ବଟି ଆଜି ଦିଶେଟି ଶ୍ରୀହୀନ
ଦିଶୁଛି ପୂରଣା ପରି।
ଦେବୀ ପ୍ରତିମୂର୍ତ୍ତି ବିସର୍ଜନ ଯହିଁ
ନଈର ଗଭୀର ଜଳେ,
ଜୟକାର ଥିବ ନମଃ ନମଃ ଦୁର୍ଗା
ଭକ୍ତଙ୍କ ମୁଖ ମଣ୍ଡଳେ।
ଦେବୀଙ୍କ ପାର୍ବଣ ପୁଣି ଆଗ ବର୍ଷ
ସ୍ମୃତି ରହି ଯିବ ଖାଲି,
ଦୁଃଖିତ ମନରେ ଫେରିବେ ଘରକୁ
ଶକ୍ତିଙ୍କୁ ନଈରେ ଠେଲି।
ବିସର୍ଜନ ଦୁଃଖ ଯନ୍ତ୍ରଣା ଅତିରେ
ଗୁଞ୍ଜୁ ଥିବ ହୃଦ କଣେ,
ସମର୍ପଣ ଥିଲା ଭକ୍ତି ପ୍ରେମ ଶ୍ରଦ୍ଧା
ଦେବୀଙ୍କ ପୂଜା କାରଣେ।
ଥିଲେ ଉତ୍ସାହିତ ରାଷ୍ଟ୍ରବାସୀ ସବୁ
ଥିଲେ ପୂଜନେ ତତ୍ପର,
ନୂଆ ନୂଆ ବସ୍ତ୍ରେ ପରିଧାନ ହୋଇ
ଦିଶୁ ଥିଲେରେ ସୁନ୍ଦର।
ପୁଷ୍ପ ସୁଗନ୍ଧିତ ଗନ୍ଧ ଦେଉଥିଲା
ଶକ୍ତି ସ୍ବରୂପା ପୂଜନେ,
ମନ୍ତ୍ରମୁଗ୍ଧ ଯହିଁ ଶୁଭାଷିତ ବାୟୁ
କରୁ ଥିଲା ଜନମନେ।
କାଶତଣ୍ଡୀ ଫୁଲ ଚାମର ପରିଟି
ଝୁଲୁ ଥିଲା ଅନୁ କ୍ଷଣ,
>
ଦେବୀଚାଲିଗଲେ କୈଳାସପର୍ବତେ
ଦିଶେଟି ଫୁଲ ଅବର୍ଣ୍ଣ।
ଧବଳ ଫୁଲକୁ ଘେନି ଠିଆଥିଲା
ନାହିଁରେ ତାର ଆଦର,
ଜୀବଜନ୍ତୁ ସବୁ ଦୁଃଖିତ ଅତି ହିଁ
ଗଲେମାତା ଶାଶୁଘର।
ଦେଇ ଆଶିର୍ବାଦ ଚାଲି ଗଲେ ଦେବୀ
ରାଷ୍ଟ୍ରର ହେବ ମଙ୍ଗଳ,
ହେବ ଶକ୍ତିଶାଳୀ ରାଷ୍ଟ୍ରରେ ଆମର
ଆସିଛୁ ଅମୃତ କାଳ।
ଆତ୍ମନିର୍ଭରଟି ହେବ ରାଷ୍ଟ୍ର ଆମ
ବିଶ୍ବରେ ସମ୍ମାନ ହେବ,
ଆଦର ମିଳିବ ବିଶ୍ବ ଗୁରୁ ପରି
ବୈଭବରେ ପୂର୍ଣ୍ଣ ହେବ।
କଥା ଶୁଣିବେ ଟି ବିଶ୍ବ ରାଷ୍ଟ୍ର ସବୁ
ମାନ୍ୟତା ଗୁରୁଙ୍କ ଥିବ,
ନୂଆ ଇତିହାସ ଲେଖିବ ଭାରତ
ଗୌରବ ରାଷ୍ଟ୍ରେ ମିଳିବ।
ଶକ୍ତି ସ୍ବରୂପାଙ୍କ ଆଶିର୍ବାଦ ଥିବ
ଥିବ ସମଭାବ ମନ୍ତ୍ର,
ସତ୍ୟ ଧର୍ମ କର୍ମ ତ୍ୟାଗ ବଳିଦାନ
ଥିବ ଅହିଂସାର ମନ୍ତ୍ର।
ନବଦୁର୍ଗାଙ୍କର ପୂଜନ ମହୀରେ
ହେଉ ଥିବ ନିରନ୍ତର,
ଜନମାନସରେ ନମଃ ନମଃ ଦୁର୍ଗା
ଗୁଞ୍ଜୁ ଥିବରେ ଭକ୍ତିର।
ଶକ୍ତିରୂପାଙ୍କର ନାମ ଗୁଞ୍ଜୁ ଥିବ
ଇଷ୍ଟଦେବୀ ସେ ରାଷ୍ଟ୍ରର,
ଦୁଷ୍ଟ ବିନାଶନୀ ସଙ୍କଟ ତାରିଣୀ
ଜଗତ ମାତା ବିଶ୍ବର।