Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ଶୁଭ୍ରା ସୁଚିତ୍ରା ମହାନ୍ତ

Tragedy Crime

4.0  

ଶୁଭ୍ରା ସୁଚିତ୍ରା ମହାନ୍ତ

Tragedy Crime

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
180


ଅସୁରକ୍ଷିତ ପରୀ ସୁରକ୍ଷା ମାଗେ ଆଜି

ସ୍ୱାଧୀନତା ସତେ ତାର କେଉଁଠି ଯାଇଛି ହଜି ।


କେବେ ଜନ୍ମିବା ପୂର୍ବରୁ ତାକୁ ମାରି ଦିଆ ଯାଉଛି

ପୁଣି କେବେ ଜନ୍ମିବା ପରେ ଫିଙ୍ଗି ଦିଆ ଯାଉଛି ।


କେବେ ନିଜ ଘରେ ହିଂସାର ଶିକାର ହେଉଛି

କେବେ ରାସ୍ତାରେ ରାକ୍ଷସ କବଳିତ ହେଉଛି ।


କେବେ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛି

କେବେ ଯୌତୁକଜନିତ ଯୂଇ ରେ ଜଳୁଛି ।


କେବେ ନିଜ ପାଇଁ ଲଢ଼ି ଲଢ଼ି ମରୁଛି

କେବେ ଅନ୍ୟ ପାଇଁ ବଞ୍ଚି ବଞ୍ଚି ମରୁଛି ।


କେବେ ଅଚିହ୍ନା ଲୋକ ତା ଶରୀର ଖାଉଛନ୍ତି

କେବେ ଚିହ୍ନା ଲୋକର ହାବୁଡରେ ପଡୁଛି ।


ଦେଶ ସ୍ୱାଧୀନ ହେବା ର ଏତେ ବର୍ଷ ପରେ ମଧ୍ୟ

ପରୀ ଟି ଅସୁରକ୍ଷିତ ପରିଚୟ ପାଉଛି । 


Rate this content
Log in

Similar oriya poem from Tragedy