STORYMIRROR

subrat kumar jena

Tragedy

4  

subrat kumar jena

Tragedy

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
206


ଗାଁ ମୁଣ୍ଡରେ ଟୁପୁରୁ ଟାପର,

ସମସ୍ତଙ୍କ ମୁଁହରେ ଚପା ଗୁଞ୍ଜରଣ,

ଗାଁ ଶେଷ ମୁଣ୍ଡ କିଆ ବୁଦା ମୂଳେ,

ଅସୁରକ୍ଷିତ ଗୋଟେ ଜୀବନ ।


ଅତି କରୁଣ ସେ ବାସ୍ତବତାର ଦୃଶ୍ୟ,

ଯଦି ଲୋଡ଼ା ନାହିଁ,

ତେବେ ଏତେ ବଡ଼ ପାପ କାର୍ଯ୍ୟ କାହିଁକି ?

ନିଜର କ୍ଷଣିକ ଦୈହିକ ସୁଖ ଲାଗି,

କିଆ ବୁଦା ମୂଳେ ଗଡେ ନିରୀହ ଜୀବନ ।


ଜନ୍ମ ପୂର୍ବରୁ ବା ଜନ୍ମ ପରେ,

କିଏ ଦେବ ତା ପ୍ରଶ୍ନର ଉତ୍ତର,

କଣ ଦୋଷ ଅବା ଥିଲା ତାର?

ନାଁ ଏ ପୁରୁଷ ପ୍ରାଧାନ୍ୟ ସାମ୍ରାଜ୍ୟରେ,

ସେ ଆଜିବି ଖୋଜୁଛି ସ୍ୱାଦ ସ୍ୱାଧୀନତାର ।


ଏମିତି କାହିଁକି ଘଟଣା ଘଟେ,

କାହାର ଦରକାର ପୁଅ,

କୂଳରେ ପାଣି ଦେବାକୁ,

କୂଳକୁ ଆଗକୁ ବଢାଇବାକୁ,

ହେଲେ ଏ ଭାବନା ଝିଅ ବିନା କେମିତି ସମ୍ଭବ ?


ସବୁ ଜାଣେ ଏ ମଣିଷ ସମାଜ,

ତଥାପି ପଛଘୁଞ୍ଚା ଦିଏନି ,

ନିର୍ଯ୍ୟାତିତ କରିବାକୁ ଝିଅଟିକୁ,

ଅବହେଳିତ ନିଷ୍ପେସିତରେ ଛାଡିବାକୁ ,

ନୂଆ କରି ଜୀବନର ସ୍ବପ୍ନ ଦେଖୁଥିବା କଢିଟିକୁ ।


ଯେଉଁ ସମାଜ ନାରୀକୁ ପୂଜାକରେ,

ଜଗତ ଜନନୀ ମା ଦୁର୍ଗା ଭାବରେ,

ସଂହାର କାରିଣୀ ମା କାଳୀ ରୂପରେ,

ବିଦ୍ୟାଦାୟିନୀ ମା ସ୍ୱରସ୍ବତୀ ରୂପରେ,

ପୁଣି ସେହି ନିର୍ଯ୍ୟାତିତ କରେ ଝିଅକୁ ନାରୀକୁ,

କେବେ କ୍ରୁର ଶାଶୁ ରୂପରେ କେବେ ଅସହି ନଣନ୍ଦ ଭାବରେ ।


ସୁରକ୍ଷିତ ନୁହଁ ଆଜି ସେ ପରୀ,

ପ୍ରତି କ୍ଷଣରେ ଖୋଜେ ସ୍ୱାଧୀନତାର ସ୍ଵାଦକୁ,

ଯେଉଁଠି ମୁକ୍ତ ଭାବରେ ବଞ୍ଚିପାରିବ ସେ,

ଗର୍ବ ଆଉ ଗୌରବର ସହ ମୁଣ୍ଡ ଟେକି,

ଖୋଜେ ସେ ସେହି ସମାଜ,

ଯେଉଁଠି ନଥିବ ପୁଅ ଝିଅର ଭେଦ-ଭାବ,

ଆଦରୁଥିବେ ସଭିଏଁ ସ୍ୱର୍ଗର ପରୀ କହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy