Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Tragedy Inspirational

4  

Santosh Kumar Nayak

Tragedy Inspirational

ଶୀତ ଆସିଛି.....

ଶୀତ ଆସିଛି.....

1 min
389



ସହରର ତଳ ବସ୍ତିକୁ ଶୀତ ଆସିଛି

ମାଟି କାନ୍ଥର ଫାଟ ଦେଇ

ଚିରା କନ୍ଥାର ବାଟ ଦେଇ

ଦାରିଦ୍ର୍ୟତାର ଓଠ ଦେଇ

ଆଉ ଲିଭି ଲିଭି ଜଳୁଥିବା କାଠ ଦେଇ ।


ଉପର ବସ୍ତିରେ ତ

ମୋଟା ମୋଟା ଦାମିକା କମ୍ବଳ

ତୁଳାଦିଆ ଡନଲଫ୍ ଗଦି !

ନିଦ ଭାଙ୍ଗି ଆଖି ଖୋଲେ ଯେବେ

ବାଲକୋନୀରେ ଖେଳୁଥାଏ ରବି ।


ସହରର ତଳ ବସ୍ତିକୁ ଶୀତ ଆସିଛି

କଙ୍କାଳପ୍ରାୟ ଦେହ ଦେଇ

ଅଭାବୀ ମଣିଷ କୋହ ଦେଇ

ଲଙ୍ଗଳା ପିଲାର କାନ ଦେଇ

ଆଉ ମାଆର ଶୁଖିଲା ସ୍ତନ ଦେଇ ।


ଉପର ବସ୍ତିରେ ତ

ଢେର୍ ସାରା ଶୀତୁଆ ପୋଷାକ

ସ୍ଵେଟର ମଫଲର୍ ଜୋତା ଆଉ ମୋଜା,

ବିଦେଶୀ କୁକୁର ସାଥେ ଧରି

ଦେଶୀ ନିଏ ସକାଳର ମଜା ।


ସହରର ତଳ ବସ୍ତିକୁ ଶୀତ ଆସିଛି

ବାସି ପଖାଳର ଭୋକ ଦେଇ

ମହୁଲି ମଦର ଢୋକ ଦେଇ

କୃଷକ ଦାଆର ବେଣ୍ଟ ଦେଇ

ଆଉ ଶ୍ରମିକ ହାଡୁଆ ହାତ ଦେଇ ।


ଉପର ବସ୍ତିରେ ତ

ପିକନିକରେ ମସଗୁଲ୍ ପ୍ରାଣ

ଦମ୍ ବିରିୟାନି ଆଉ ଚିକେନ୍ ର କଷା,

ସାମ୍ପେନ୍ ସହ ହାଲକା ନୃତ୍ୟ ଦେଖି

ଶୀତ ନିଜେ ହୁଏ ଲୋକହସା ।




Rate this content
Log in

Similar oriya poem from Tragedy