STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଭୟଙ୍କର କରୋନା

ଭୟଙ୍କର କରୋନା

1 min
344


କରୋନା କଲା ପାଗଳ, ଦୁନିଆଁ କରି କବଳ

ମଣିଷ ଜୀବନ ମହା ଦୁର୍ଦ୍ଦିନରେ, 

କୋଟିଏ ମଣିଷ ମଲେଣି ବିଶ୍ଵରେ

ଆହା କେତେ ନାରଖାର, ହୁଅଇ ବିଶ୍ଵ ସଂସାର

ବିକଟାଳ ରୂପ କରୋନା ରାକ୍ଷସ 

ୟେ ଯେ କରୁଅଛି ଖେଳ, କରୋନା କଲା ପାଗଳ…।।


ନୂତନ ଜୀବାଣୁ ସୃଜି, କିପରି କଲା କେ ପାଜି

ବିପଦେ ମଣିଷ ଜୀବନ ପକାଇ, 

କେଉଁ ଶ୍ରେୟ ନେବ ଭାବି ହେଉନାହିଁ

ଜୀବନ ଲାଗିଛି ବାଜି, ଜୀବନ ଯାଉଛି ହଜି

ବରଷଟା ସାରା ବଇରୋଷ ସାଜି

ଅଣ୍ଟାତ ଦେଲାଣି ଭାଙ୍ଗି, ନୂତନ ଭୂତାଣୁ ସୃଜି…।।


ଧ୍ଵଂସ ପଥେ ନିଏ ଟାଣି, ପୃଥିବୀ ବ୍ୟାପି ଗଲାଣି

ବଇଦ କହନ୍ତି ଓଷଦ ତ ନାହିଁ, 

ନୂତନ ଭୂତାଣୁ ଶାସ୍ତ୍ରେ ଲେଖା ନାହିଁ

ଆମ ବୁଦ୍ଧି ହଜିଲାଣି, ଅନେକ ଆଖିରେ ପାଣି

ଲଢ଼ୁଛି ମଣିଷ ବଞ୍ଚିବାର ପାଇଁ

ସାହା ରାହା କେହି ନାହିଁ, ଧ୍ଵଂସ ପଥେ ନିଏ ଟାଣି…।।


ସଚେତନ ପରିଷ୍କାର, ପ୍ରଦୂଷଣ କରି ଦୂର

ନିତ୍ୟ ବ୍ୟାୟାମ ‌ନିତ୍ୟ ଯୋଗ ଅଭ୍ୟାସ,  

ବିରୁଦ୍ଧେ ନିଷ୍ଠୁର କରୋନା ରାକ୍ଷସ

କରିପାରିବୁ ସମର, ହାରିଯିବ ସେ ପାମର

(ୟେ)କରୋନା ସୈତାନ ବଡ଼ ଭୟଙ୍କର

ସାବଧାନ ହୋଇ ଚଳ, ସଚେତନ ପରିଷ୍କାର…।।


ମଣିଷ ମଣିଷେ ମାରି, ହେବ କେଉଁ ଅଧୀକାରି

କରୋନା ଭୂତାଣୁ କରିସରଜନା, 

ସୁଖ ସଉଭାଗ୍ୟ କରିଦିଏ ଚୁନା

ଲ ନରହରି, ଦିଅ ହେ ତାରେ ବିଦାରିକାହିଁ ଗ

ସେ ଖେଟ ହିରଣ୍ୟକଶିପୁ ଯେପରି

ଦିଅହେ ସଂହାର କରି, ମଣିଷ ମଣିଷେ ମାରି…।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy