STORYMIRROR

Priyabrata Mohanty

Tragedy Crime Thriller

3  

Priyabrata Mohanty

Tragedy Crime Thriller

ଅସୁରକ୍ଷିତ ନାରୀ

ଅସୁରକ୍ଷିତ ନାରୀ

1 min
339

ଶକ୍ତି ସ୍ବରୂପିଣୀ     ଧନ ମହାରାଣୀ 

ଜ୍ଞାନଦାତ୍ରୀ ବୀଣାପାଣି,

ତୁହିଁ ଯେ ଭଗିନୀ     ମନର ମୋହିନୀ

ମମତାମୟୀ ଜନନୀ ।।


ହାତେ ଚୁଲି କଳା     ଶୁଭ ନାହିଁ ବେଳା

ମୁଁ ଯେ ପଇସା ଅଚଳା 

ସଦା ଅବହେଳା     ଅବଳା ଦୁର୍ବଳା

ଦେଖି ନାହିଁ ପାଠଶାଳା ।।


ଏକା ଲାଗେ ଡର     ଯିବାକୁ ବଜାର

ବୁଲୁଛନ୍ତି ନାରସୁର,

ଅଶ୍ଳୀଳ ନଜର     କରେ ବଳତ୍କାର,

ରକ୍ତ ରଞ୍ଜିତ ଶରୀର ।।


ଲାଂଛିତ ଲଜ୍ଜିତ     ହୋଇ ତୀରଷ୍କୃତ

ବୋଲା ଯାଏ କଳଙ୍କିତ,

ଶିକ୍ଷା ରୁ ବଞ୍ଚିତ     ଯୌତୁକ ପୀଡିତ

ଦୁନିଆଁ ରେ ଉପେକ୍ଷିତ ।।


ସମାଜରୁ ତାନା     ମିଳେ ଘନା ଘନା,

ନିଜ ଗୋଡେ ଠିଆ ମନା,

ଯୌନ ନିର୍ଯ୍ୟାତନା     ସଂଗେ ପ୍ରତାରଣା

ପୁରୁଷ କରେ ଛଳନା ।।


ଅମଣିଷ ଲୋକ     ନ କରନ୍ତି ଶୋକ,

ନ ବୁଝେ ଝିଅର ଦୁଃଖ

ଶାରୀର ଭକ୍ଷକ    ନର ପିପାସୁକ

କେମିତି ହେବେ ରକ୍ଷକ ।।


କହୁଛି କାନୁନ     ସଭିଏଁ ସମାନ

କାହିଁକି ନାରୀ ବନ୍ଧନ

ନାରୀର ଉଥାନ୍ନ     ମହିଳା ସମ୍ମାନ

ମିଛ ଲାଗେ ଏ ସ୍ଲୋଗାନ ।।


Rate this content
Log in

Similar oriya poem from Tragedy