STORYMIRROR

Debadatta Jena

Abstract Romance Tragedy

3  

Debadatta Jena

Abstract Romance Tragedy

ଅସ୍ତରାଗର ରଙ୍ଗ

ଅସ୍ତରାଗର ରଙ୍ଗ

1 min
161


ତୁମେ ମୋ ଅଦୃଶ୍ୟ ଭାବନା


ବିଛ୍ହୁରିତ ରଶ୍ମୀ,ବିଳପିତ ଅସ୍ତରାଗ


ତୁମେ ମୋ ମଧୁର ମୂର୍ଚ୍ଛନା 


ସୁମଧୁର ସୃଷ୍ଟି, ଉତ୍ସସିତ ଅନୁରାଗ


ତେବେ ବି ତ ମୁଁ


ପ୍ରତିକ୍ଷଣ ଅନୁତପ୍ତ,ଅନୁଦୀପ୍ତ..!


ତୁମେ ତ ବିଦେହ ବୈଦେହୀ, 


ବିସ୍ମୃତ ବିଭୋର ବିରଞ୍ଚିତ ଅପରାହ୍ନ


ମୋ ବିଦଗ୍ଧ ମଞ୍ଜୁଳ କାଂକ୍ଷାର i


ଅତିକ୍ରାନ୍ତ ଓ ଅବସନ୍ନ ନବ ଉନ୍ମେଷ


ତଥାପି ବି ତ ମୁଁ


ହୁଏ ଗୁଂଜରିତ,ଆକାଂକ୍ଷିତ..! 


ତୁମେ ମୋ ଧ୍ୱସ୍ତ ମଧୁକୁଂଜ 


ନୀରବ ମଣୋହି,ନିର୍ଲୋଭ ନିର୍ମୂଳ ଲୟ, 


ବିନାଶ୍ରୟେ,ନଅତିକ୍ରାନ୍ତ


ପଥ ଅବିଶ୍ରାନ୍ତ,କ୍ଲାନ୍ତ, ଜୀର୍ଣ୍ଣ ଶୀର୍ଣ୍ଣ କାୟ, 


ନୀରବ,ନିଃଷ୍ପ୍ରଭ ଆଲୋକ, 


ତଥାପି ବି ତ ମୁଁ


ହୁଏ ବିହ୍ୱଳ,ଚକିତ,ଆଲୋକିତ..!


ଆଉ ମୁଁ..!


ଆକଣ୍ଠ କ୍ଷୁଧିତ,ଭୟ,ଭୀତତ୍ରସ୍ତ 


କ୍ଷୀଣ କଳ୍ପନା ବିଳାସ,ଆହତ,ପରାହତ, 


ମୋ ବାଞ୍ଛାକଳ୍ପ ଅପେକ୍ଷିତ..!


କିନ୍ତୁ ତୁମେ..! 


ତୁମ ଦେହେ ବିରହ ବିଦଗ୍ଧ ରାସ


କ୍ରୋଞ୍ଚ ମିଥୁନ କ୍ଷୁଦିତ ଚନ୍ଦ୍ରାଳସ ତପ, 


ଉତ୍କ୍ଷିପ୍ତ,ଉଦ୍ଗ୍ରୀବ ପ୍ରାସ,ଅନୁପ୍ରାସ


ସେଥିପାଇଁ ତ ମୁଁ


ପ୍ରଲମ୍ବିତ ରାଗ, ସ୍ୱରର ରାଗିଣୀ, 


ଅବିରତ ବିରାମ ଦୀର୍ଘ ଶ୍ୱାସ..!


ତୁମେ ହୃଦୟାନନ୍ଦ ଧ୍ୱସ୍ତ ନିଳୟ, 


ସ୍ୱଚ୍ଛନ୍ଦ ବଳୟ, ଲୟରେ ବିଲୟ, 


ବ୍ୟଥିତ ଆତ୍ମାର ଆର୍ତ୍ତନାଦ


ହୃଦୟ କସ୍ତୁରୀ ସୁରମ୍ୟ ଆଲେଖ୍ୟ,


ଯେ ତୁମେ


ମୋ ଔଜ୍ୱଲ୍ୟ ଦୀପ୍ତ କୌସ୍ତୁଭ..! 


କେଉଁ ଦେବାଳୟ ହୃଦୟ ଆଳୟେ,


ତୁମେ,ଅନୁଚ୍ଚାରିତ ଅନ୍ତଃ ସ୍ୱର


ମୋ ସୁକ୍ଷ୍ମ ଚେତନା,ବିରହ ପ୍ରାଣରେ, 


ବିଭୋର ଗଭୀର ମନସ୍ତତ୍ତ୍ୱ


ତଥାପି ତୁମେ ମୋ


ଅନେକ ଭାବାର୍ଥ, ନିଃସ୍ୱ ଶବ୍ଦ ପୁଞ୍ଜ,


ମୋ ସ୍ବପ୍ନ ଚୈତନ୍ୟ ମାନସ, 


ସ୍ୱୟଂ ପ୍ରଜ୍ଜ୍ଵଳନେ, ଉଦୟ ଭାସ୍କର, 


ଅସ୍ତରାଗ ଯେ ତୁମେ


ଶୋଭା ଇନ୍ଦ୍ର ନୀଳ ପାରିଜାତ..!



Rate this content
Log in

Similar oriya poem from Abstract