Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Abstract Inspirational

3  

ABADHOOT PANDA

Abstract Inspirational

ଅସ୍ତିତ୍ବଗତ ଗନ୍ତବ୍ୟ

ଅସ୍ତିତ୍ବଗତ ଗନ୍ତବ୍ୟ

1 min
326



ଆମର ସହାନୁଭୂତି ବଳୟର ପରିଧି

ସ୍ଥିର କରେ ଆମ ଜାଗତିକ କ୍ରମବିକାଶୀୟ

ସ୍ଥିତି ଯଥା କେତେ ବେଶୀ କରୁ ଆମେ ଯତ୍ନ

ଓ ଭଲ ପାଉ ସମସ୍ତ ସମ୍ବେଦନଶୀଳ ପ୍ରାଣୀଙ୍କୁ

ନ ଆଣି ଭେଦ ବିଚାର ଆମ ମାନସପଟ୍ଟକୁ l


କେତେ ବେଶୀ ଆମେ କରୁ ଅଭ୍ୟାସ ସ୍ବର୍ଗୀୟ

କଳାକୁ ଭଲ ପାଇବାକୁ ଆଉ ବିଚାରକରୁ

କେତେ ଗଭୀର ଆମ ମାନବ ହୃଦୟର

ପବିତ୍ରପଣିଆକୁ ଟିକିନିକି ମାନବସମାଜ ଆଗେ

ସଦା ପରଷିବାକୁ l


କେତେ ପ୍ରାଣୀଙ୍କୁ ଦେଉ ଆମେ ଅନୁମତି

ଦେବାପାଇଁ ଯୋଗ ଆମର ବିଶ୍ୱ ପରିବାରେ

ବିଚାରକରୁ ଆମେ ଯଥାର୍ଥ ରୂପେ ଆମ ପାର୍ଥିବ

ସ୍ଥିତିର ଗୁଣକୁ l


ଆମର ସର୍ତ୍ତବିହୀନ ପ୍ରେମୀଳ ଅନୁମତିଦାନ

ଅଟଇ କେବଳ ଏକମାତ୍ର ଉପାୟ ଆମ

ଦୈନିକ ଜୀବନେ ଭରି ଦେବାକୁ ଆନନ୍ଦ ଓ

ଆଲ୍ହାଦ, ଆମର ସମାବେଶ ଅଟଇ

କେବଳ ପ୍ରକୃତ ଉପାୟ ଦମନ କରି ଆମ

ପଶୁତ୍ୱ ପ୍ରବୃତ୍ତି ଆଉ ବିନିମୟ କରି ତାକୁ 

ସ୍ବର୍ଗୀୟ ମାନବୀୟ ପ୍ରକୃତିକୁ l


ଧୀରସ୍ଥିର ମାନସିକ କେନ୍ଦ୍ରାୟିତ ଐଶ୍ଵରୀୟ

ଗୁଣରାଜି ଉପରେ ନିର୍ଣ୍ଣୟ କରେ ଆମର

ଦାନଶୀଳ ତଥା ଦୟାଶୀଳ ମନୋଭାବର

ଗୁରୁତ୍ୱ, ଆମର ସୁସଫଳ ଉତ୍ସର୍ଗୀକୃତ ନିଷ୍ଠାକୁ

କରି ପ୍ରମାଣ ନ୍ୟାୟସଙ୍ଗତ ତଥା ତୁଲ୍ୟାତ୍ମକ,

ଓ ନିର୍ଦ୍ଧାରିତ କରିଥାଏ ସଦା ପରାକ୍ରମ ଓ

ବୀରତ୍ୱ ଆମ ମାନବଜାତିର l


ଆମର ସଦା ଅବିଚଳିତ ଅନୁରାଗ ସତ୍ୟପୂର୍ଣ୍ଣ

ସ୍ଥିତି ପ୍ରତି ଉଦ୍ଧାର କରେ ଆମକୁ ଅସାଧୁତା ଏବଂ

ଧୋକାବାଜୀ ଛଳନା କବଳୁ ଆଉ ହୁଏ ଆମ

କର୍ମାରମ୍ଭ ଆମର ଉଦ୍ଦେଶ୍ୟର ବିଶେଷତ୍ୱ

ଉପରେ, ଯାହାକି ନିର୍ଧାରଣ କରେ ଆମର

ମାନବୀୟ ରାଷ୍ଟ୍ର ସମୂହର ଭାଗ୍ୟକୁ ନିରନ୍ତର ।


Rate this content
Log in

Similar oriya poem from Abstract