STORYMIRROR

ABADHOOT PANDA

Romance

4  

ABADHOOT PANDA

Romance

ଶୈତ ବିଳାପ

ଶୈତ ବିଳାପ

1 min
12

 ଶୈତ ବିଳାପ 

ଆଗୋ ହଂସିନୀ! ଦେଖ ଶିଶିର ଲୀଳା

କେତେ ସୁନ୍ଦର,

ଆସ ଆସ କରନି ମୋଟେ ମତେ

ପାଖ ଛଡ଼ା ନକରି ହେଳା ମୁଁ ଯେ

ପ୍ରେମ କାତର l


ତୁମ ଉଷ୍ମ ସ୍ପର୍ଶ ଖେଳାଇବ ମୋ ତନୁରେ ଲାବଣ୍ୟ ପସରା,

ଗୋଲାପୀ ଓଠର ଚୁମ୍ବନେ ଦିଅ

କରି ସିକ୍ତ ମୋର ମୁଖୁଡ଼ା l


ଶୀତ ରାତିର ଉନ୍ମାଦ ଭରା ଉପଢୌକନ ରଖିଛି ମୁଁ ସଜାଡ଼ି

ଆଜି ନବୀନ ଉତ୍ସାହେ,

ଲୋଟାଇବାକୁ ତୁମ କବରୀଘେରା

ପୁଷ୍ପ ତନୁ ଗଭାରେ ସସ୍ନେହେ l


ତୁମ ଉଷ୍ମ ପ୍ରଶ୍ୱାସେ ଭରିଦିଅ ମୋ

ଗାତ୍ରେ ନବ କନ୍ଦର୍ପ ଉଦ୍ଦୀପନା

କୁହୁଡ଼ି ଘେରା କୁଟୀର ପଲଙ୍କେ,

ସଜେଇ ଦିଅ ମତେ ଦେଵେନ୍ଦ୍ର ସମ

ବିଳାସୀ କିରଣେ ଶଚୀ-ଦିବ୍ୟାଙ୍କେ l


ରୋକିଯାଅ ହେ ଶିଶିର ଟିକେ ଯାଆନା ମୋତେ କରି ଶୃଙ୍ଗାରହରା

ଏଇ ଜନପଦେ,

ନେଇ ଯାଆନା ଜମା ହଂସିନୀକୁ ମୋର ମୋ ପଲଙ୍କୁ ସୁଗନ୍ଧ ହରା କରି

ଶୁଣି ନପାରିବି ଆଉ ତା'ର ମଧୁବୋଳା ଏଇ ଶୈତ ରଜନୀରେ

ଉନ୍ମାଦକ କଥା ପଦେ l


ଆଗୋ ହଂସିନୀ ଶୁଣ ମୋ ଗିର କର ଉପଭୋଗ ଶୀତର ଆସର ପାର୍ଶ୍ୱଲଗ୍ନା ହୁଅ ମୋର ଉନ୍ମୁକ୍ତ କବରୀ ସାଥେ

ଆଚ୍ଛାଦିତ କରି ମୋର ପ୍ରେମାସକ୍ତ ତନୁମନ,

ଯାଅ ପଛେ ଉଡ଼ି ତୁମେ ତୁମ ମାନସରୋବରେ କରି ମତେ ନିଃସଙ୍ଗ

 ବସନ୍ତକୁ କରିଣ ସ୍ୱାଗତ, ତଥାପି

ପ୍ରତୀକ୍ଷାରତ ହେବି ମୁଁ ନିଶ୍ଚୟ ଆସନ୍ତା ବରଷକୁ ପାଇବାକୁ ପୁନର୍ବାର ତଵ ଦରଶନ l

    



Rate this content
Log in

Similar oriya poem from Romance